ବାଲେଶ୍ବର: କଲେଜ କ୍ୟାମ୍ପସରେ ପଶି ଛାତ୍ରଙ୍କୁ ନିର୍ଘାତ ମାରିଲେ ଅଣଛାତ୍ର । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ସୋର ଉପେନ୍ଦ୍ରନାଥ କଲେଜରେ । ବାଲେଶ୍ବର ଜିଲ୍ଲା ସୋର ଉପେନ୍ଦ୍ରନାଥ କଲେଜରେ ଅଣଛାତ୍ରଙ୍କ ଆକ୍ରମଣରେ 3ଜଣ ଛାତ୍ର ଗୁରୁତ୍ବର ଆହତ ହୋଇଥିବା ବେଳେ ଅନ୍ୟ 3ଜଣ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି । ଗତ କିଛିଦିନ ଧରି କୌଣସି ଘଟଣାକୁ ନେଇ କଲେଜ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ବଚସା ଲାଗି ରହିଥିଲା ।
ଆଉ ଆଜି ଏହି ବଚସା ଭୟଙ୍କର ରୂପ ଧାରଣ କରିଥିଲା । ଆଜି ଦୁଇ ଗୋଷ୍ଠି ମଧ୍ୟରେ ପାଟିତୁଣ୍ଡ ବେଳେ ତିନି ଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ରହିଥିଲେ । ଏହି ସମୟରେ କିଛି ଅଣଛାତ୍ର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ପଶି ଛାତ୍ରଙ୍କୁ ମାଡ ମାରିଥିଲେ । ଏହି ଆକ୍ରମଣରେ 3 ଜଣ ଯୁକ୍ତତିନି ଛାତ୍ର ଭବାନୀ ଶଙ୍କର ଯେନା, ସୌରଭ ବେହେରା ଓ ଅନ୍ୟ ଜଣେ ଗୁରୁତ୍ବର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।