ବାଲେଶ୍ଵର: ଭୋଗରାଇ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା କରତ କଳ ଉପରେ ଚଢ଼ାଉ କରିଛି ପୋଲିସ । ଏଥିସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରିବା ସହ 3ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।
ଭୋଗରାଇର ଚଣ୍ଡୀପୁର, ଜଗନ୍ନାଥପୁର ଓ ବେଲାଶିଆଳିଆ ଅଞ୍ଚଳରେ ବେଆଇନ କରତ କଳ ଚାଲୁଥିବା ନେଇ ଖବର ମିଳିଥିଲା । ବାଲେଶ୍ଵର ଏସପି ବି ଯୁଗଳ କିଶୋରଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ଟିମ ଚଢାଉ କରିଥିଲା ।