ଓଡିଶା

odisha

ବିଭିନ୍ନ ଅଭିଯୋଗରେ ବିଜେପିର ବ୍ଲକ ଅଫିସ, ବିଦ୍ୟୁତ ଅଫିସ ଘେରାଉ

By

Published : Sep 28, 2020, 8:17 PM IST

Updated : Sep 28, 2020, 8:33 PM IST

ସଦର ବ୍ଲକରେ ରାସନ କାର୍ଡ ବଣ୍ଟନରେ ପାତର ଅନ୍ତର ନୀତି, ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ବ୍ୟାପକ ଚଞ୍ଚକତା, ମନରେଗା ଯୋଜନାରେ ଶ୍ରମିକମାନଙ୍କ ମଜୁରୀ ପ୍ରଦାନ ନ କରାଯିବା ଭଳି ଅଭିଯୋଗ ଆଣିଛି ବିଜେପି ।

Baleswar BJP's protest at block office with various allegations
ବିଭିନ୍ନ ଅଭିଯୋଗରେ ବିଜେପିର ବ୍ଲକ ଅଫିସ ଘେରାଉ

ବାଲେଶ୍ଵର: ବିଭିନ୍ନ ଅଭିଯୋଗ ନେଇ ଜିଲ୍ଲା ବିଜେପି ପକ୍ଷରୁ ବ୍ଲକ ଅଫିସ ଓ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ସଦର ନିର୍ବାଚନମଣ୍ଡଳୀ ସଂଯୋଜକ ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ସଦର ବ୍ଲକ ଘେରାଉ କରିବା ସହ କାଳୀ ମନ୍ଦିରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରିଛି ଦଳ ।

ବିଭିନ୍ନ ଅଭିଯୋଗରେ ବିଜେପିର ବ୍ଲକ ଅଫିସ ଘେରାଉ

ସଦର ବ୍ଲକରେ ରାସନ କାର୍ଡ ବଣ୍ଟନରେ ପାତର ଅନ୍ତର ନୀତି, ଭତ୍ତା ହିତାଧିକାରୀ ଚୟନରେ ଅନିୟମିତତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆବଣ୍ଟନରେ ବ୍ୟାପକ ଚଞ୍ଚକତା, ମନରେଗା ଯୋଜନାରେ ଶ୍ରମିକମାନଙ୍କ ମଜୁରୀ ପ୍ରଦାନ ନ କରାଯିବା ଭଳି ଅଭିଯୋଗ ନେଇ ଘେରାଉ କରାଯାଇଥିଲା ।

ସେହିପରି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ସୌଭାଗ୍ୟ ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତା, ବିଦ୍ୟୁତ ସଂଯୋଗ, ବିଦ୍ୟୁତ ବିଲ ଦର ହ୍ରାସ କରିବା, ବିପଦ ସଂକୁଳ ଅବସ୍ଥାରେ ଥିବା ଖୁଣ୍ଟ ମରାମତି ଆଦି ଦାବିରେ ଏକ ଦାବିପତ୍ର ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ଯୋତି ନାୟକ, ଇଟିଭି ଭାରତ

Last Updated : Sep 28, 2020, 8:33 PM IST

ABOUT THE AUTHOR

...view details