ଓଡିଶା

odisha

ETV Bharat / state

ପୁରୀରେ ରିଲିଫ ବାଣ୍ଟିଲେ ବାଲେଶ୍ବରର ଯୁବଗୋଷ୍ଠୀ - ରିଲିଫ

ଯୁବ ସମାଜସେବୀ ରାଜେଶ ମହାକୁଡ଼ଙ୍କ ନେତୃତ୍ବରେ କିଛି ଯୁବକ ପୁରୀରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବାଣ୍ଟିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବ

By

Published : May 9, 2019, 1:02 PM IST

ବାଲେଶ୍ବର: ଫନି ପ୍ରଭାବରେ ପୁରୀରେ ବ୍ୟାପକ କ୍ଷୟକ୍ଷତିକୁ ଦେଖି ବିଭିନ୍ନ ସଂସ୍ଥା ଓ ସଂଗଠନ ସହଯୋଗର ହାତ ବଢାଇଥିବାବେଳେ ବାଲେଶ୍ବର ଜିଲ୍ଲାର କିଛି ଯୁବଗୋଷ୍ଠୀ ମଧ୍ୟ ସହାୟତା ପାଇଁ ଅଣ୍ଟା ଭିଡିଛନ୍ତି ।

ବାଲେଶ୍ବରର ଯୁବକମାନେ ପୁରୀର ବିଭିନ୍ନ ଅଞ୍ଚଳରେ ରିଲିଫ ବାଣ୍ଟିଥିବା ଦେଖିବାକୁ ମିଳିଛି । ଖଇରା ବ୍ଲକ ଗଣ୍ଡିବେଡ଼ ଅଞ୍ଚଳର ଯୁବ ସମାଜସେବୀ ରାଜେଶ ମହାକୁଡ଼ଙ୍କ ନେତୃତ୍ବରେ କିଛି ଯୁବକ ପୁରୀରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ ବାଣ୍ଟିବା ପାଇଁ ଚିନ୍ତା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ଏକ ଟ୍ରକରେ ଚୁଡା, ମହମବତୀ, ପାଣିବୋତଲ ଭଳି ଅତ୍ୟାବଶକୀୟ ସାମଗ୍ରୀ ନେଇ ଯୁବଗୋଷ୍ଠୀମାନେ ପୁରୀ ଅଭିମୁଖେ ଯାଇ ସେଠାରେ ନରେନ୍ଦ୍ର ପୋଖରୀ ପାଖ ହାଡ଼ି ସାହି, ମାଲତୀପାଟଣା, ମଙ୍ଗଳା ଛକ ଆଦି ସ୍ଥାନରେ ବାତ୍ୟା ପ୍ରପୀଡ଼ିତ ଲୋକଙ୍କୁ ରିଲିଫ ବାଣ୍ଟିଛନ୍ତି ।

ଯୁବଗୋଷ୍ଠୀଙ୍କ ଏହି ରିଲିଫ ବଣ୍ଟନ କାର୍ଯ୍ୟରେ ପୁରୀ ଡିସିପି ଜ୍ଞାନେନ୍ଦ୍ର ମହାପାତ୍ର, ଆଇଜି ଏସକେ ପ୍ରିୟଦର୍ଶୀ, ଟାଉନ ଆଇଆଇସି ସୁଜିତ କୁମାର ଦାସ ତଥା ଅନ୍ୟ ଅଧିକାରୀମାନେ ଯୁବଗୋଷ୍ଠୀଙ୍କୁ ରିଲିଫ ବଣ୍ଟନରେ ସାହାଯ୍ୟ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details