ଓଡିଶା

odisha

ETV Bharat / state

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ଵର

ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଜିଲ୍ଲାରେ 14300 ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 13171 ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଅଧିକ ପଢନ୍ତୁ...

By

Published : Apr 28, 2021, 9:36 PM IST

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ଵର
କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ଵର

ବାଲେଶ୍ବର: ବାଲେଶ୍ଵର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏବେ ସୁଦ୍ଧା ଜିଲ୍ଲାରେ 14300 ଜଣ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 13171 ଜଣ ସୁସ୍ଥ ହୋଇଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।

କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ବାଲେଶ୍ଵର
ଜିଲ୍ଲାରେ କୋଭିଡ ମୁକାବିଲା ପାଇଁ ୧୦ ଲିଟର ବିଶିଷ୍ଟ ୬୧୬ ଟି, ୪୬ ଲିଟର ବିଶିଷ୍ଟ ୪୨୮ ଟି ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖାଯାଇଛି। ସଂକ୍ରମିତଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲାରେ ସମୁଦାୟ 900 ଶଯ୍ୟା ପ୍ରସ୍ତୁତ କରାଯାଉଛି। ଯେଉଁଠି କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ସୁବିଧାରେ କରାଯାଇପାରିବ।

ବାଲେଶ୍ଵର ଜିଲ୍ଲା କୋଭିଡ ହସ୍ପିଟାଲରେ ୮୯, ଫକୀରମୋହନ କଲେଜ ହସ୍ପିଟାଲରେ ୧୫୦, ଆଦର୍ଶ ବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ ୭୩ ଜଣଙ୍କୁ ଚିକିତ୍ସା କରାଯାଇଛି। ଆଶା ଓ ଅଙ୍ଗନବାଡି କର୍ମୀ ଅକ୍ସିମିଟର ଦ୍ୱାରା ସାଧାରଣ ଲୋକଙ୍କ ଅକ୍ସିଜେନ ସ୍ତର ମାପୁଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details