ବାଲେଶ୍ବର:ତାମୂଳିଆ ପୋଲ ମଝିରେ ପଡୁଛି ପିଚୁ ପ୍ୟାଚ । ଏନେଇ ଇଟିଭି ଭାରତରେ ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆଜି ପିଚୁ ପ୍ୟାଚ ପକାଉଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ପୂର୍ତ୍ତ ବିଭାଗର ସୁପରିଟେଣ୍ଡେଣ୍ଟ ତାମୂଳିଆ ବ୍ରିଜ ମରାମତି କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହୋଇ ୬ ମାସ ଭିତରେ ସ୍ଥାୟୀ ମରାମତି ଶେଷ ହେବ ବୋଲି କହିଥିଲେ । କିନ୍ତୁ ଆଜି କେବଳ ବଡବଡ ଗର୍ତ୍ତ ସ୍ଥାନରେ ପ୍ୟାଚ ପକାଇଛି ପ୍ରଶାସନ ।
ତାମୂଳିଆ ପୋଲରେ ପଡୁଛି ପିଚୁ ପ୍ୟାଚ, ସ୍ଥାୟୀ ମରାମତିକୁ ଅପେକ୍ଷା - ତାମୂଳିଆ ଓଭର ବ୍ରିଜ
ତାମୂଳିଆ ପୋଲ ମଝିରେ ପଡୁଛି ପିଚୁ ପ୍ୟାଚ । ଏନେଇ ଖବର ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଆଜି ପିଚୁ ପ୍ୟାଚ ପକାଉଛି ବାଲେଶ୍ବର ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...
ବାଲେଶ୍ବର ପ୍ରବେଶ ପଥ ତାମୂଳିଆ ଓଭର ବ୍ରିଜରେ ବଡ ବଡ ଗାତ ସୃଷ୍ଟି ହୋଇଛି । ଫଳରେ ଲୋକଙ୍କ ଯାତାୟତ କରିବା କଷ୍ଟକର ହୋଇଛି । ୬୩ କୋଟି ୫୫ ଲକ୍ଷ ୯୬ ହଜାର ଟଙ୍କାରେ ତିଆରି ହୋଇଥିବା ଏହି ପୋଲ । 2019ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ। ମାତ୍ର ଦୁଇବର୍ଷ ଭିତରେ ପୋଲର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବାରେ ଲାଗିଥିଲା । ପୋଲ ଆରମ୍ଭରୁ ଶେଷ ଯାଏଁ ବଡବଡ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯିବା ଆସିବା କଷ୍ଟକର ହୋଇଥିଲା । ଦୁଇ ଚକିଆ ଠୁ ନେଇ ଭାରିଯାନ ଚଳାଚଳରେ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ