ଓଡିଶା

odisha

ETV Bharat / state

ନୂଆ ମୋଡ ନେଲା ଠିକା ନର୍ସଙ୍କ ଧାରଣା ଘଟଣା - ଠିକା ନର୍ସଙ୍କ ଧାରଣା ଘଟଣା

ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନେ ନିର୍ଯ୍ୟାତନା ଅଭିଯୋଗ ଆଣି ଶନିବାର ରାତିରେ ଧାରଣା ଦେବା ଘଟଣାର ନୂଆ ମୋଡ଼ ନେଇଛି।

_nurse
ନୂଆ ମୋଡ ନେଲା ଠିକା ନର୍ସଙ୍କ ଧାରଣା ଘଟଣା

By

Published : Jul 19, 2020, 5:06 PM IST

Updated : Jul 19, 2020, 7:43 PM IST

ବାଲେଶ୍ବର: ନୂଆ ମୋଡ଼ ନେଲା ଠିକା ନର୍ସଙ୍କ ଧାରଣା ଘଟଣା । ବାଲେଶ୍ଵର କୋଭିଡ ହସ୍ପିଟାଲରେ ଠିକା ନର୍ସମାନେ ନିର୍ଯ୍ୟାତନା ଅଭିଯୋଗ ଆଣି ଶନିବାର ରାତିରେ ଧାରଣା ଦେବା ଘଟଣା ନୂଆ ମୋଡ଼ ନେଇଛି।

ଶନିବାର ରାତିରେ ନର୍ସମାନେ ହସ୍ପିଟାଲ ମ୍ୟାନେଜରଙ୍କ ନାଁରେ ନିର୍ଯ୍ୟାତନା ଅଭଯୋଗ ଆଣିଥିବା ବେଳେ ମ୍ୟାନେଜରଙ୍କ ସ୍ତ୍ରୀ ଏହାକୁ ଖଣ୍ଡନ କରିବା ସହ ଓଲଟି ନର୍ସମାନେ ମ୍ୟାନେଜରଙ୍କୁ ରାତିରେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ କରିଛନ୍ତି।

ନୂଆ ମୋଡ ନେଲା ଠିକା ନର୍ସଙ୍କ ଧାରଣା ଘଟଣା

ଏମିତିକି ମ୍ୟାନେଜର ଉକ୍ତ 13 ଜଣ ନର୍ସଙ୍କୁ ଛୁଟି ନଦେବାରୁ ମିଛରେ ତାଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ମ୍ୟାନେଜରଙ୍କ ସ୍ତ୍ରୀ କହିଛନ୍ତି।

ଶନିବାର ଧାରଣା ଦେଇଥିବା ନର୍ସମାନେ ଅନ୍ୟ ନର୍ସମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହସ୍ପିଟାଲର ନୋଡାଲ ଅଫିସର, ସିଡିଏମଓ, ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ତେବେ ସିଡିଏମଓ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ । ରିପୋର୍ଟ ଆଧାରରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବେ । ଏହାରି ଭିତରେ 73 ଜଣ ଷ୍ଟାଫ ମ୍ୟାନେଜର ସପକ୍ଷରେ ଏକ ଲିଖିତ ଡକ୍ୟୁମେଣ୍ଟ ସିଡିଏମଙ୍କୁ ଦେଇଛନ୍ତି । ଅନ୍ୟପଟେ ଶନିବାର ଧାରଣାରତ ନର୍ସଙ୍କ ଅଭିଯୋଗ ମୂଳେ ସଦର ପୋଲିସ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 19, 2020, 7:43 PM IST

ABOUT THE AUTHOR

...view details