ବାଲେଶ୍ବର: ପେଶାରେ ଜଣେ ସାଇକେଲ ମେକାନିକ । ମାତ୍ର ନିଶା ହେଲିକପ୍ଟର ତିଆରି କରିବା । ପିଲାଟି ବେଳୁ ଆଶା ଆକାଶରେ ଉଡିବେ । ଉଡାଜାହାଜ ଶବ୍ଦ ଶୁଣି ଘରୁ ବାହାରକୁ ଦୌଡି ଆସନ୍ତି । ହେଲିକପ୍ଟର ପ୍ରତି ରହିଛି ଅହେତୁକ ଦୁର୍ବଳତା । ପୁରୁଣା ରାଜଦୂତ ଗାଡିର ଇଞ୍ଜିନ ଓ କିଛି ଅବ୍ୟବହୃତ ଗାଡିର ପାର୍ଟସକୁ ନେଇ ସେ ତିଆରି କରୁଛନ୍ତି ଉଡାଜାହଜ । ମାତ୍ର ଅର୍ଥ ସାଜିଛି ବାଧକ । ଯେଉଁ କାରଣରୁ ଆଜକୁ 12 ବର୍ଷ ହେବ ଏହାକୁ ସମୂର୍ଣ୍ଣ କରିପାରୁ ନାହାଁନ୍ତି ସେ । ଆମେ କହୁଛୁ ବାଲେଶ୍ବର ଦେୱାନପାଟଣାର ଶେଖ୍ ମୋସିମଙ୍କ କାହାଣୀ ।
ଦିନେ ଆକାଶରେ ଗୁଡି ଉଡାଇବା ବେଳେ ହେଲିକେପ୍ଟର ଉଡାଇବାର ସ୍ବପ୍ନ ଦେଖିଥିଲେ ମୋସିମ । ଆଉ ସେହି ସ୍ବପ୍ନ ପୂରଣ ପାଇଁ ତାଙ୍କ ସ୍ତ୍ରୀ ଓ ପଡୋଶୀଙ୍କ ବେଶ ସହଯୋଗ କରିଛନ୍ତି। ସାଇକେଲ୍ ମେକାନିକ ଭାବେ ଯାହା ଦି ପଇସା ରୋଜଗାର ହୁଏ ସେଥିରେ ଘର ଚଳାଇବା ସହ ହେଲିକେପ୍ଟର ତିଆରି ପାଇଁ ମୋସିମଙ୍କ ସଞ୍ଚୟ କରିଥାଆନ୍ତି । ଆଉ ଏବେ ମୋସିମଙ୍କ ହାତ ତିଆରି ହେଲିକେପ୍ଟର ଦେଖିବା ପାଇଁ ଆଖପାଖ ଲୋକଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି।