ଓଡିଶା

odisha

ETV Bharat / state

ଗାଡି ଚୋରକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ - car thief

ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଶ୍ରୀଜଙ୍ଗ ବଜାରରେ ଭୋର ସମୟରେ ଜଣେ ବାଇକ ଚୋରକୁ କାବୁ କରି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

Balasore villagers beaten the car thief
ଗାଡି ଚୋରକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

By

Published : Apr 22, 2021, 4:04 PM IST

ବାଲେଶ୍ଵର: ଖନ୍ତାପଡା ଥାନା ଶ୍ରୀଜଙ୍ଗ ବଜାରରେ ଭୋର ସମୟରେ ଜଣେ ବାଇକ ଚୋରକୁ କାବୁ କରି ଗ୍ରାମବାସୀ ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଇଥିବା ଜଣାପଡିଛି ।

ଗାଡି ଚୋରକୁ ନିସ୍ତୁକ ଛେଚିଲେ ଗ୍ରାମବାସୀ

ସୂଚନା ଅନୁସାରେ, ଶ୍ରୀଜଙ୍ଗ ବଜାରରେ ଥିବା ଏକ ବରଫ କଳ ସମ୍ମୁଖରୁ ଏକ ବାଇକର ଚାବି ଭାଙ୍ଗି ଚୋରି ଉଦ୍ୟମ କରିବାବେଳେ ଶବ୍ଦ ଶୁଣି ଗାଡି ମାଲିକ ଉଠି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଚୋରକୁ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

ଖବରପାଇ ଖନ୍ତାପଡା ପୋଲିସ ଶ୍ରୀଜଙ୍ଗ ବଜାରରେ ପହଞ୍ଚି ଚୋରି କରୁଥିବା ଯୁବକଙ୍କୁ ଥାନାକୁ ଆଣିଥିଲା । ଏହାସହ ଚୋର ଆଣିଥିବା ସ୍କୁଟିରୁ ମାରଣାସ୍ତ୍ର ଜବତ ହୋଇଥିବାବେଳେ ଦୁଇ ସହଯୋଗୀ ଫେରାର ହୋଇଯାଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details