ଓଡିଶା

odisha

ETV Bharat / state

ଚାନ୍ଦିପୁର ଆଇଟିଆର ରାସ୍ତାର ସୁଯୋଗ ପାଉନାହାନ୍ତି ଅଞ୍ଚଳବାସୀ - ବାଲେଶ୍ଵରରୁ ଚାନ୍ଦିପୁରକୁ ସଂଯୋଗ ନିର୍ମାଣାଧୀନ ରାସ୍ତା

ବାଲେଶ୍ଵର ସହରରୁ ସିଧାସଳଖ ଚାନ୍ଦିପୁରକୁ ସଂଯୋଗ ରାସ୍ତା ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଅନେକ ଲୋକ ଜମି ପ୍ରଦାନ କରିଥିଲେ ମଧ୍ୟ ଏହି ୪ ଶହ ମିଟର ଲିଙ୍କରୋଡ କାମ ହୋଇପାରୁ ନାହିଁ । ଏନେଇ ମେଘଡ଼ମ୍ବରୁ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିବାସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି । ଅଧିକ ପଢନ୍ତୁ

ଚାନ୍ଦିପୁର ଆଇଟିଆର ରାସ୍ତାର ସୁଯୋଗ ପାଉନାହାନ୍ତି ଅଞ୍ଚଳବାସୀ
ଚାନ୍ଦିପୁର ଆଇଟିଆର ରାସ୍ତାର ସୁଯୋଗ ପାଉନାହାନ୍ତି ଅଞ୍ଚଳବାସୀ

By

Published : Mar 15, 2022, 9:47 PM IST

ବାଲେଶ୍ଵର:ବାଲେଶ୍ଵର ସହରରୁ ଚାନ୍ଦିପୁରକୁ ସଂଯୋଗ ପାଇଁ ଏକ ନିର୍ମାଣାଧୀନ ରାସ୍ତା ଅଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଅନେକ ଲୋକ ଜମି ଦେଇଛନ୍ତି । ତେବେ ଏହି ରାସ୍ତାକୁ ସଂଯୋଜିତ ହୋଇଥିବା ୪ଶହ ମିଟର ଲିଙ୍କରୋଡ କାମ ଦୃଷ୍ଟି ଆଢୁଅଳରେ । ତେଣୁ ଏହି ରାସ୍ତା ବଡ଼ ରାସ୍ତାକୁ ସଂଯୋଗରୁ ବଞ୍ଚିତ ହୋଇଛି।

ଚାନ୍ଦିପୁର ଆଇଟିଆର ରାସ୍ତାର ସୁଯୋଗ ପାଉନାହାନ୍ତି ଅଞ୍ଚଳବାସୀ

ସୂଚନାନୁସାରେ ରାସ୍ତା ନିର୍ମାଣ ଦାୟିତ୍ବରେ ଥିବା ପ୍ରତିରକ୍ଷା ବିଭାଗ ତଥା କଣ୍ଟ୍ରାକ୍ଟରମାନେ ମୁଖ୍ୟ ରାସ୍ତା କାମ କରୁଛନ୍ତି । ମାତ୍ର ଏହି ଲିଙ୍କରୋଡ ଉପରେ କେହି ନଜର ଦେଉନାହାନ୍ତି। ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ସମସ୍ୟା ଭୋଗିବା ସହ ଆଗାମୀ ଦିନରେ ବଡ଼ ସମସ୍ୟା ଉପୁଜିପାରେ । ସେହିପରି ଡ୍ରେନେଜ୍ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି ।

ତେଣୁ ଆଗାମୀ ବର୍ଷା ଋତୁରେ ଜଳବନ୍ଦୀ ସମସ୍ୟା ଉପୁଜିବ। ଖାଲି ସେତିକି ନୁହେଁ ଡ୍ରେନ ଗୁଡି଼କରେ ଜମୁଥିବା ପାଣି ରାସ୍ତା ଉପରେ ବୋହିବ ଏଥିରେ ସନ୍ଦେହ ନାହିଁ । ଯାହାକୁ ନେଇ ୧୦ଖଣ୍ଡ ଗାଁର ଲୋକେ ହଇରାଣ ହେଉଛନ୍ତି । ଏନେଇ ମେଘଡମ୍ବରୁ ବିକାଶ ପରିଷଦ ଅନେକଥର ଅଭିଯୋଗ କରିଛି । ହେଲେ କୌଣସି ସମାଧାନ ନହେବାରୁ ମେଘଡ଼ମ୍ବରୁ ବିକାଶ ପରିଷଦ ଅସନ୍ତୋଷ ପ୍ରକାଶ କରିବାସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details