ବାଲେଶ୍ବର: ମନର ପରିଭାଷା ବୟାନ କରୁଛି କାଗଜ ଆଉ ପେନସିଲ । କେବେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି ସତ, ହେଲେ ମନର ଭାବନା ଚିତ୍ର ମାଧ୍ୟମରେ ଅତି ନିଖୁଣ ଭାବେ ପ୍ରତିପାଦନ କରିଦିଅନ୍ତି । ଯେ କେହିବି ଦେଖିଲେ ପ୍ରଶଂସା ନ କରିବି ରହି ପାରିବନି । ସେମିତି ଜଣେ ଚିତ୍ରଶିଳ୍ପୀ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ପଳାଶପୁର ଗ୍ରାମର ମନୋଜ କୁମାର ମହାକୁଡ଼ ।
ଖଇରା ବ୍ଲକ ପଳାସପୁର ଗ୍ରାମର ସନାତନ ମହାକୁଡ଼ ଓ ମନୋରମା ମହାକୁଡ଼ଙ୍କ ପୁଅ ମନୋଜ । ସେ ପେଶାରେ ଜଣେ ଖେଳ ଶିକ୍ଷକ । ମନୋଜ ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ସରକାରୀ ହାଇସ୍କୁଲରେ ୨୦୨୧ ଡିସେମ୍ବର ମାସରୁ ମନୋଜ ଖେଳ ଶିକ୍ଷକ ଭାବେ କାମ କରୁଛନ୍ତି । ପେଶା ତାଙ୍କର ଶିକ୍ଷକତା ହୋଇଥିଲେ ମଧ୍ୟ ନିଶା ହେଉଛି ଚିତ୍ର ଆଙ୍କିବା । ପିଲାଟି ଚିତ୍ର ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ପାଠ ପଢ଼ା ସହ ଚିତ୍ର ଆଙ୍କିବା ଜାରି ରଖିଥିଲେ । ସପ୍ତମ ଶ୍ରେଣୀ ଯାଏଁ ମନୋଜ ଚିତ୍ର ଆଙ୍କିବା ଆଙ୍କୁଥିଲେ । କଳାକ୍ଷେତ୍ରକୁ ଆଗକୁ ବଢ଼ିବା ପାଇଁ ଆଗ୍ରହ ଥିଲେ ବି ସେଭଳି ସୁଯୋଗ ମିଳିନଥିଲା । ପାରିବାରିକ ସମସ୍ୟା ପାଇଁ ନିଜର ଇଚ୍ଛାକୁ ଚାପି ରଖିଥିଲେ। । କିନ୍ତୁ ତାଙ୍କ ଭିତରେ ଭରି ରହିଥିବା ସେହି ପ୍ରତିଭା ମରିନଥିଲା । ଦୀର୍ଘ ବର୍ଷ ଚିତ୍ରରୁ ଦୂରେଇ ଯାଇଥିଲେ ବି ୨୦୨୧ ମସିହା ଅର୍ଥାତ୍ ସ୍କୁଲରେ ଚାକିରୀ କରିବା ପରଠୁ ପୁଣିଥରେ ଚିତ୍ର କରିବା ଆରମ୍ଭ କରିଥିଲେ ମନୋଜ ।
ଏହା ମଧ୍ୟ ପଢ଼ନ୍ତୁ:କାଳିଆ ପ୍ରେମରେ ମନୀଷା, ଅଦରକାରୀ ଜିନିଷରୁ ୧୦୮ ମହାପ୍ରଭୁ !