ଓଡିଶା

odisha

ETV Bharat / state

ସୋରରେ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ - elephant ruckus in Balasore

ବାଲେଶ୍ବର ଜିଲ୍ଲା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢିଆ ଗାଁରେ ହାତୀ ଆତଙ୍କ । ଗ୍ରାମ ଭିତରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ହାତୀ । ଅଧିକ ପଢ଼ନ୍ତୁ

Elephant terror in balasore
ବାଲେଶ୍ବରରେ ହାତୀ ଆତଙ୍କ

By

Published : Dec 21, 2022, 5:52 PM IST

ସୋରରେ ହାତୀ ଆତଙ୍କ, ଭୟଭୀତ ଗ୍ରାମବାସୀ

ବାଲେଶ୍ୱର: ବେକାବୁ ହେଲାଣି ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ଗାଁରେ ପ୍ରବେଶ କରି ଧାନ ଫସଲ ନଷ୍ଟ କରୁଛନ୍ତି । ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜୁଢିଆ ଗାଁରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି (Elephant terror in balasore) । ହାତୀ ଉପଦ୍ରବ ଯୋଗୁଁ ସାରା ରାତି ଲୋକେ ଧନ ଜୀବନକୁ ଜଗି ରହୁଛନ୍ତି ।

ନିକଟବର୍ତ୍ତି ଗାଁରେ ପଶି ବିତ୍ପାତ ଆରମ୍ଭ କରିଛି ହାତୀ । ଲୋକଙ୍କ ଧାନ ଖଳାରେ ପଶି ଧାନ ଖାଇଯିବା ସହ ବ୍ୟାପକ କ୍ଷତି ଘଟାଇଛି । ଲୋକମାନେ ଭୟଭୀତ ହୋଇ ବନବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ବନ ବିଭାଗ ଗାଁରେ ପହଞ୍ଚି ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲା । ହାତୀ ଆତଙ୍କରେ ଗାଁ ଲୋକେ ଭୟରେ ତାଟି କବାଟ ପକାଇ ଅନିଦ୍ରା ରହି ଜଗି ରହୁଛନ୍ତି । ବର୍ଷର ଅମଳ ପାଚିଲା ଧାନ ହାତୀ ଖାଇ ଯାଉଥିବାରୁ ସେନେଇ ଚିନ୍ତାରେ ଚାଷୀ ।

ଏହା ମଧ୍ୟ ପଢ଼ନ୍ତୁ:ମୁଖ୍ୟମନ୍ତ୍ରୀଙ୍କ ସହ ହୋଇପାରିଲାନି ସାକ୍ଷାତ, ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତଙ୍କ ଆତ୍ମହତ୍ୟା ଧମକ

ତେବେ ହାତୀ ଚଳପ୍ରଚଳ ପାଇଁ ସ୍ବତନ୍ତ୍ର କରିଡର ଅଛି । ଓଡ଼ିଶାରେ ୧୪ଟି ହାତୀ କରିଡର ଅଛି । ଏସବୁ କରିଡର ଦେଇ ହାତୀପଲ ବିଭିନ୍ନ ଜଙ୍ଗଲ କିମ୍ବା ବାହାର ରାଜ୍ୟର ଜଙ୍ଗଲକୁ ଯାଇଥାନ୍ତି । ବାଲେଶ୍ଵର ଜିଲ୍ଲା ଦେଇ ଶିମିଳିପାଳ-କୁଲଡିହା ହଦଗଡକୁ ହାତୀ କରିଡର ଯାଇଛି । ଝାଡ଼ଖଣ୍ଡ ଦମା ଅଭୟାରଣ୍ୟରୁ ଭାୟା ତପୋବନ (ପଶ୍ଚିମବଙ୍ଗ) ଦେଇ ହାତୀପଲ କୁଲ୍‌ହା ଅଭୟାରଣ୍ୟକୁ ଆସନ୍ତି । ସମ୍ପ୍ରତି ଏସବୁ କରିଡରରେ ବିଭିନ୍ନ ଖଣି ଖାଦାନ, ରାସ୍ତା, କେନାଲ ନିର୍ମାଣ ହେଉଥିବାରୁ ସେମାନଙ୍କ ଯାତାୟାତରେ ଅସୁବିଧା ହେଉଛି । ଫଳରେ ସେମାନେ ବାଧ୍ୟହୋଇ ଜନବସତିକୁ ପଶୁଛନ୍ତି ଏବଂ ଧାନ ଫସଲ ନଷ୍ଟ କରୁଛନ୍ତି । ପାଚିଲା ଧାନ ଖାଉଛନ୍ତି । ପ୍ରତିବର୍ଷ ଏହି ସମସ୍ୟା ବାଲେଶ୍ବର ଜିଲ୍ଲାର ନୀଳଗିରି, ରେମୁଣା, ଔପଦା, ଖଇରା, ସୋର, ବସ୍ତା, ଦିନକୁ ଦିନ ଜିଲ୍ଲାରେ ହାତୀ-ମଣିଷ ସଂଘର୍ଷ ବୃଦ୍ଧି ପାଉଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details