ବାଲେଶ୍ଵର: ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଧରାପଡିଲେ ପୂର୍ତ୍ତବିଭାଗ (୨)ରେ ଜଣେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ସୂଚନା ଅନୁାସାରେ ପଦ୍ମନାଭ ସ୍ୱାଇଁ ଠିକାଦାର ରୁଦ୍ର କୁମାର ବେହେରାଙ୍କ ନିକଟରୁ ସିକ୍ୟୁରିଟି ରିଲିଜ ପାଇଁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ହେଲେ ଠିକାଦାର ଜଣକ ଏନେଇ ଭିଜିଲାନ୍ସର ଦ୍ବାରସ୍ତ ହୋଇଥିଲେ । ପୂର୍ବଯୋଜନା ମୁତାବକ ଠିକାଦାର ପଦ୍ମନାଭଙ୍କୁ ଟଙ୍କା ଦେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ।
Vigilance Trap: ଲାଞ୍ଚ ନେଉଥିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ, ମାଡି ବସିଲା ଭିଜିଲାନ୍ସ - balasore pwd worker in vigilance trap
ଲାଞ୍ଚ ନେଲା ବେଳେ ମାଡିବସିଲା ଭିଜିଲାନ୍ସ । ଧରାପଡିଲେ ପୂର୍ତ୍ତବିଭାଗ (୨)ରେ ଜଣେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦ୍ମନାଭ ସ୍ୱାଇଁ । ଅଧିକ ପଢନ୍ତୁ
ଚତୁର୍ଥ ଶ୍ରେଣୀ କର୍ମଚାରୀ ନେଉଥିଲେ ଲାଞ୍ଚ: ମାଡି ବସିଲା ଭିଜିଲାନ୍ସ
ତେବେ ପଦ୍ମନାଭ ସ୍ୱାଇଁ ଅଫିସରେ ଅଡିଟ କାର୍ଯ୍ୟ ମଧ୍ୟ କରୁଥିଲେ। କେଉଁ କାରଣରୁ ସେ ଏତେ ପରିମାଣର ଟଙ୍କା ନେଉଥିଲେ । ସେ ବିଷୟରେ ଭିଜିଲାନ୍ସ ତନାଘନା ଆରମ୍ଭ କରିଛି। ପଦ୍ମନାଭ ସ୍ୱାଇଁର ଘର ସୋର ଉତ୍ତରେଶ୍ଵର ଅଞ୍ଚଳର ହୋଇଥିବା ବେଳେ ସେଠାରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ