ଓଡିଶା

odisha

ETV Bharat / state

ପେଟ୍ରୋଲ ପମ୍ପ ଭଙ୍ଗାରୁଜା, 4 ଅଟକ - ବାଲେଶ୍ବର ପେଟ୍ରୋଲ ପମ୍ପ ଭଙ୍ଗାରୁଜା

ବାଲେଶ୍ବର ବାଳଗୋପାଳପୁର ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା । ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରାର ହେବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାବେଳେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 7, 2019, 12:09 PM IST

ବାଲେଶ୍ଵର: ରେମୁଣା ଥାନା ଅଧିନ ବାଳଗୋପାଳପୁରର କ୍ଷୀରଚୋରା ପେଟ୍ରୋଲ ପମ୍ପରେ ବ୍ୟାପକ ଭଙ୍ଗାରୁଜା । ଘଟଣାରେ 4ଜଣକୁ ଅଟକ ରଖିଛି ପୋଲିସ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ସୂଚନାନୁଯାୟୀ, 4ଜଣ ଯୁବକ ବାଳଗୋପାଳପୁରରେ ଥିବା କ୍ଷୀରଚୋରୀ ପେଟ୍ରୋଲ ପମ୍ପରେ ତେଲ ପକାଇଥିଲେ । ଏହା ପରେ ଟଙ୍କା ନ ଦେଇ ଫେରାର ହେବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ପମ୍ପ କର୍ମଚାରୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାବେଳେ ଭଙ୍ଗାରୁଜା କରିଥିଲେ ଦୃର୍ବୃତ୍ତ।

ଯାହାକୁ ନେଇ ଥାନାରେ ଅଭିଯୋଗ ପରେ ରେମୁଣା ଥାନା ପୋଲିସ 145/19 ମାମଲା ରୁଜୁ କରି 4 ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details