ଓଡିଶା

odisha

ETV Bharat / state

ଅଧ୍ୟାପକଙ୍କ ମହଲରେ ଅସନ୍ତୋଷ, 4 ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇ ମାଗିଲେ ହକ୍ - ସମାନ କାମକୁ ସମାନ ଦରମା ଦାବି

ସମାନ କାମକୁ ସମାନ ଦରମା ଦାବି । ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ହୋଇଥିବା ପାତର ଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

ସମାନ କାମକୁ ସମାନ ଦରମା ଦାବି
ସମାନ କାମକୁ ସମାନ ଦରମା ଦାବି

By

Published : Jul 12, 2023, 8:01 PM IST

ସମାନ କାମକୁ ସମାନ ଦରମା ଦାବି

ବାଲେଶ୍ଵର: ରାଜରାସ୍ତାରେ ଗର୍ଜିଲେ ବାଲେଶ୍ଵର ଜିଲ୍ଲା +୨ ଓ +୩ ଅଧ୍ୟାପକ ଓ କର୍ମଚାରୀ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ କଲେ ବିକ୍ଷୋଭ ପ୍ରଦର୍ଶନ । ଦାବି ମାଧ୍ୟମରେ ଅଧ୍ୟାପକ ଓ କର୍ମଚାରୀଙ୍କ ପ୍ରତି ହୋଇଥିବା ପାତର ଅନ୍ତର ନୀତି ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ସଂଘ ।

ସୂଚନା ଅନୁସାରେ, ୨୦୨୧ ମସିହା ଡିସେମ୍ବର ମାସ ୩୦ ତାରିଖରେ ରାଜ୍ୟ ସରକାର ଏକ କ୍ୟାବିନେଟ ବୈଠକ ମାଧ୍ୟମରେ ଉଭୟ ୬୬୨ ଓ ୪୮୮ ବର୍ଗର ସମାନ ଧାରାରେ କାମ କରୁଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କ ଦରମା ସମାନ କରିଥିଲେ । ପ୍ରାୟ ଏକ ବର୍ଷଧରି କର୍ମଚାରୀମାନେ ସମାନ ଦରମା ମଧ୍ୟ ପାଇ ଆସୁଥିଲେ । ମାତ୍ର ତାର ଠିକ୍ ଏକବର୍ଷ ପରେ ଅର୍ଥାତ୍ ୨୦୨୩ ମସିହା ଜାନୁଆରୀ ମାସରେ ଆଉ ଏକ କ୍ୟାବିନେଟ୍ କରି ସେ ନିୟମର ପରିବର୍ତ୍ତନ କରି ଏକ ବିରାଟ ଅସଙ୍ଗତି ସୃଷ୍ଟି କରାଗଲା । ଯାହା ଫଳରେ ସମାନ କାମକୁ ସମାନ ଦରମା ମିଳିଲା ନାହିଁ । ଯାହାଫଳରେ ସରକାର ବିଭିନ୍ନ ବର୍ଗର ଅଧ୍ୟାପକଙ୍କୁ ସମାନ କାର୍ଯ୍ୟକୁ ଭିନ୍ନ ଭିନ୍ନ ଦରମା ଦେଉଥିବା ଅଭିଯୋଗ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ ସଂଘ । ଏହି ନିୟମକୁ ବିରୋଧ କରି ଓ ସମାନ କାମକୁ ସମାନ ଗ୍ରେଡ଼ ପେ ଓ ଦରମା ସହିତ ଅନ୍ୟ ତିନୋଟି ଦାବି ନେଇ ଭୁବନେଶ୍ୱର ଠାରେ ଆନ୍ଦୋଳନ କରିଛି ସଂଘ ।

ଏହା ବି ପଢ଼ନ୍ତୁ: Teacher Recruitment: ଖୁବଶୀଘ୍ର ନିଯୁକ୍ତି ପାଇବେ ୯୦୨ ନୂଆ ଶିକ୍ଷକ

ସଙ୍ଘ ସଭାପତି ଗଜେନ୍ଦ୍ର ନାୟକ କହିଛନ୍ତି, ‘‘ଗତ ଫେବୃୟାରୀ ୧୩ ତାରିଖରୁ ଆଜିକୁ ୧୫୦ ଦିନ ହେଲା ଏମିତି ଆନ୍ଦୋଳନ କରି ଆସୁଛୁ । ଅମର 4ଟି ଦାବି ରହିଛି । ୨୦୦୮ ସରକାରୀ ଆଦେଶନାମା ଅନୁସାରେ ଦରମା ପାଉଥିବା ଅଧ୍ୟାପକ ଓ କର୍ମରୀମାନଙ୍କୁ ୨୦୦୯ ଅନୁସାରେ ଦରମା ପାଉଥିବା ଅଧ୍ୟାପକଓ କର୍ମଚାରୀମାନଙ୍କ ଗ୍ରେଡ଼ ପେ ଅନୁଯାୟୀ ଦରମା ପ୍ରଦାନ କରାଯାଉ ନାହିଁ । ତେଣୁ ସେମାନଙ୍କୁ ସେହି ନିୟମ ଅନୁଯାୟୀ ଦରମା ଦିଆଯାଉ । ଅବସର ନେଇଥିବା ଓ ଅବସର ନେବାକୁ ଥିବା ସମସ୍ତ କର୍ମର୍ରୀଙ୍କୁ ପେନସନ ଓ ଅବସରକାଳୀନ ରାଶି ପ୍ରଦାନ କରାଯାଉ । ୨୦୧୪ ଓ ୨୦୧୮ ଜିଓରେ ଦରମା ପାଉଥିବା କର୍ମଚାରୀଙ୍କୁ ସପ୍ତମ ବେତନ ହାରରେ ଦରମା ପ୍ରଦାନ । ଏହିସବୁ ଦାବି ପୂରଣ ନହେଲେ କଲେଜ ବନ୍ଦ କରି ରାଜରାସ୍ତାରେ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି ।’’

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

...view details