ଓଡିଶା

odisha

ETV Bharat / state

ବାଲେଶ୍ଵରରେ ବିଧବା ମହିଳାଙ୍କୁ ଗୃହରକ୍ଷୀଙ୍କ ଅସଦାଚରଣ ଅଭିଯୋଗ - ଗୃହରକ୍ଷୀଙ୍କ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ଵର ଖଇରା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ । ସମ୍ପୃକ୍ତ ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କରି ମହିଳାଜଣଙ୍କ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଗୁରୁତର ହୋଇ ଗୃହରକ୍ଷୀ ଫେରାର । ଅଧିକ ପଢ଼ନ୍ତୁ

ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କଲେ ମହିଳା
ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କଲେ ମହିଳା

By

Published : Sep 27, 2022, 11:15 AM IST

ବାଲେଶ୍ଵର: ବିଧବା ମହିଳାଙ୍କୁ ଗୃହରକ୍ଷୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଖଇରା ଥାନାରେ ଜଣେ କାର୍ଯ୍ୟରତ ଗୃହରକ୍ଷୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ଉପାୟ ନପାଇ ସମ୍ପୃକ୍ତ ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କରି ମହିଳା ଥାନାରେ ପହଞ୍ଚିଥିଲେ । ତେବେ ଗୁରୁତର ହୋଇ ଗୃହରକ୍ଷୀ ଫେରାର ହୋଇଯାଇଛନ୍ତି ।

ବିଧବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଗୃହରକ୍ଷୀଙ୍କୁ କଟୁରିରେ ଆକ୍ରମଣ କଲେ ମହିଳା

ଅଭିଯୋଗ ଅନୁସାରେ ଖଇରା ଥାନା କଇଥଗଡ଼ିଆ ଅଞ୍ଚଳର ଜନୈକା ବିଧବା ମହିଳା ଘରେ ଏକୁଟିଆ ଥିବାବେଳେ ଖଇରା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ପୂର୍ଣ୍ଣଚନ୍ଦ୍ର ଦାସ ତାଙ୍କ ଘରକୁ ଯାଇ ଜୋରଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲେ । କୌଣସି ଉପାୟ ନପାଇ ବିଧବା ମହିଳା ଜଣଙ୍କ ଏକ କଟୁରିରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ହୋଇଯାଇଥିଲେ ।

ସେହିଠାରେ ପୂର୍ଣ୍ଣଚନ୍ଦ୍ର ପ୍ୟାଣ୍ଟ, ଟୋପି, ଜୋତା ଓ ନିଜର ବାଇକ ଛାଡି ଦୌଡ଼ି ପଳାଇ ଆସିଥିଲେ । ମହିଳା ଜଣଙ୍କ ଖଇରା ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ପୂର୍ଣ୍ଣଚନ୍ଦ୍ରଙ୍କ ପୁଅ ମଧ୍ୟ ସେହି ବିଧବା ମହିଳାଙ୍କ ନାମରେ ଏକ ପାଲଟା ଅଭିଯୋଗ କରିଥିବା ଜଣାପଡ଼ିଛି । ଅନ୍ୟପଟେ ସେଠାରୁ ପୂର୍ଣ୍ଣଚନ୍ଦ୍ର ଫେରାର ଅଛନ୍ତି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବାଲେଶ୍ଵର

ABOUT THE AUTHOR

...view details