ବାଲେଶ୍ବର: ଘର ଭିତରେ ଦିନରେ ଦେଖାଯାଉଛନ୍ତି ସୂର୍ଯ୍ୟ ଆଉ ରାତିରେ ଜହ୍ନ । ବର୍ଷା ଦିନରେ ତ କଥା ସରିଲା, ଘର ଭିତରେ ଆଣ୍ଠୁଏ ପାଣି ଲହରୀ ମାରେ । ଭିକ୍ଷାବୃତ୍ତି କରି ପେଟକୁ ଗଣ୍ଡେ ଦାନା ମିଳିଯାଉଛି ସିନା ହେଲେ ଘର ଖଣ୍ଡେ ସାତ ସପନ ପାଲଟିଛି । ବୟସର ଅପରାହ୍ନରେ ଆଜି ସେ ଅସହାୟ ପାଲଟି ଥିବାବେଳେ ସରକାରୀ ସହାୟତା ସତେ ଯେମିତି ତାଙ୍କ ଠାରୁ ବହୁ ଦୂରରେ ଥିବାପରି ଲାଗୁଛି । ଏମିତି ସରକାରୀ ଯୋଜନାର ଉଦାସୀନତା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ବାଇଗଣ୍ଡିଆ ଗ୍ରାମର ବୃଦ୍ଧା ଗୌରୀମଣି ଦାସଙ୍କ ଠାରେ ।
ଭଙ୍ଗା କୁଡିଆରେ ବିତୁଛି ଗୌରୀଙ୍କ ଜୀବନ, ସରକାରୀ ସହାୟତାକୁ ଅପେକ୍ଷା - ବାଲେଶ୍ବରର ଅସହାୟ ବୃଦ୍ଧା ଗୌରୀ
ଖରା ବର୍ଷାର ତାଡନା ସହି ଭିକ୍ଷାବୃତ୍ତି କରି ଦିନ ବିତାଉଛନ୍ତି ବାଲେଶ୍ବରର ଗୌରୀ । ସରକାରୀ ସହାୟତା ପାଇଁ ଦାବି । ଅଧିକ ପଢନ୍ତୁ...
ଭଙ୍ଗା କୁଡିଆରେ ବିତୁଛି ଗୌରୀଙ୍କ ଜୀବନ, ସରକାରୀ ସହାୟତାକୁ ଅପେକ୍ଷା
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ