ଓଡିଶା

odisha

ETV Bharat / state

କ୍ୟାନସରରେ ଛଟପଟ ୧୩ ବର୍ଷୀୟା ମିନତୀ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ଲୋଡିଲେ ପରିବାର - ଚିକିତ୍ସା ପାଇଁ ବାଧକ ଅର୍ଥ

ଖେଳକୁଦ ବୟସରେ ଜୀବନ-ମରଣ ସହ ସଂଘର୍ଷ । ମାରାତ୍ମକ କ୍ୟାନସର ରୋଗ ତିଳ ତିଳ ମାରୁଛି । ଅସହ୍ୟ କଷ୍ଟରେ ଛଟପଟ ହେଉଛନ୍ତି ବାଲେଶ୍ବର ଜମ୍ବେଶ୍ଵରପୁରର କୁନିଝିଅ ମିନତୀ । ଅଧିକ ପଢନ୍ତୁ

କ୍ୟାନସରରେ ଛଟପଟ ବାଲେଶ୍ବରର ୧୩ ବର୍ଷିୟ ମିନତୀ:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
କ୍ୟାନସରରେ ଛଟପଟ ବାଲେଶ୍ବରର ୧୩ ବର୍ଷିୟ ମିନତୀ:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

By

Published : May 25, 2022, 4:27 PM IST

Updated : May 25, 2022, 6:24 PM IST

ବାଲେଶ୍ବର:କ୍ୟାନସରରେ ଛଟପଟ ୧୩ ବର୍ଷିୟା ମିନତୀ । ମେଡିକାଲ ବେଡରେ ପଡି ବଞ୍ଚିବା ପାଇଁ କରୁଛି ସଂଗ୍ରାମ । ଅର୍ଥ ଅଭାବରୁ ହୋଇ ପାଇପାରୁନି ଉତ୍ତମ ଚିକିତ୍ସା । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଜମ୍ବେଶ୍ଵରପୁର ଗାଁର ମିନତୀ ସିଂଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କ୍ୟାନସରରେ ଛଟପଟ ବାଲେଶ୍ବରର ୧୩ ବର୍ଷିୟ ମିନତୀ:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଜମ୍ବେଶ୍ଵରପୁର ଗାଁର ରଥ ସିଂ ଓ ସ୍ତ୍ରୀ ସାବିତ୍ରୀଙ୍କ ପରିବାର କହିଲେ 4 ଝିଅ ଓ ଦୁଇପୁଅ । ତିନି ଝିଅଙ୍କ ବାହାଘର ହୋଇଯାଇଥିବା ବେଳେ ଦୁଇ ପୁଅ ଏବେ ରାଜମିସ୍ତ୍ରୀ ଭାବେ କାମ କରି ଘର ଚଳାଉଛନ୍ତି। ରଥ ବଞ୍ଚିଥିବା ବେଳେ ସାନ ଝିଅ ମିନତୀକୁ ୧୦ ବର୍ଷ ବୟସରେ ଜଣେ ସମ୍ପର୍କୀୟଙ୍କ ଘରକୁ ଅର୍ଥାତ ଦିଲ୍ଲୀ ପଠାଇଥିଲେ।

ସେଠାରେ କୁନି ପିଲାର ଯତ୍ନ ନେବା ସହ ମିନତୀ ନିଜ ଭବିଷ୍ୟତ ଭଲରେ ଗଢିପାରିବ ବୋଲି ପରିବାର ଲୋକ ତାଙ୍କୁ ଦିଲ୍ଲୀ ପଠାଇଥିଲେ। ସେଠାରେ ମାଲିକ ମାଲିକାଣୀଙ୍କ ଛୋଟ ପିଲାର ଯତ୍ନ ନେଉଥିଲେ ମିନତୀ। ମାତ୍ର ଥରେ ମନ୍ଦିର ବୁଲିଯିବା ବେଳେ ସିଡିରୁ ପଡିଯିବାରୁ ମିନତୀର ଗୋଡରେ ଜୋର୍ ରେ ଆଘାତ ଲାଗିଥିଲା।

ପରେ ବାମ ଗୋଡଟି ଫୁଲିବା ଆରମ୍ଭ ହୋଇଥିଲା। ପରେ ଡାକ୍ତରୀ ପରୀକ୍ଷା ପରେ ଗୋଡ଼ରେ କ୍ୟାନସର ହୋଇଛି ବୋଲି ଜଣାପଡିଥିଲା। ଫଳରେ କିଛି ମାସ ତଳେ ମିନତୀକୁ ପରିବାର ଲୋକେ ଘରକୁ ନେଇଆସିଥିଲେ।

ଡାକ୍ତର ଦେଖାଇ କେମୋ ମଧ୍ୟ ଦିଆଯାଇଥିଲା। ଏହାପରେ ମିନତୀ ଅଧିକ ଦୁର୍ବଳ ହେବା ସହ ଖାଇବା ପିଇବା ବନ୍ଦ କରି ଦେଇଥିଲେ । ମୁଣ୍ଡରୁ ଚୁଟି ଝଡିବା ଆରମ୍ଭ ହେଲା। ଅଧିକ ଅସୁସ୍ଥ ହୋଇପଡିଲେ। ବର୍ତ୍ତମାନ ମିନତୀ ଆଉ ବିଛଣାରୁ ଉଠିପାରୁନାହାନ୍ତି।

ଚଲାବୁଲା ମଧ୍ୟ କରିପାରୁନାହାନ୍ତି । ଡାକ୍ତର ଦେଖେଇବା ଏବଂ ଅପରେସନ ପାଇଁ ପରିବାର ନିକଟରେ ଅର୍ଥ ଅଭାବ ଦେଖାଦେଇଛି। ସେଥିପାଇଁ ମିନତୀର ଚିକିତ୍ସା ହୋଇପାରୁନାହିଁ। କିଛି ସମାଜସେବୀଙ୍କ ସହାୟତାରେ ଘଟଣା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପାଖରେ ଖବର ପହଞ୍ଚିବା ପରେ ମିନତୀ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରକ୍ତ ଅଭାବ ଥିବାରୁ ଦୁଇଟି ବ୍ଲଡ଼ ମଧ୍ୟ ତାଙ୍କୁ ଲାଗିଛି। ଏମିତି ପରିସ୍ଥିତି ଭିତରେ ତାଙ୍କୁ କଟକ ନେବାପାଇଁ ବନ୍ଦୋବସ୍ତ କରାଯାଉଛି। ଚିକିତ୍ସା ପାଇଁ ଅର୍ଥର ଆଵଶ୍ୟକତା ଥିବାରୁ ସହାୟତାର ହାତ ବଢ଼ାଇବା ପାଇଁ ସ୍ଥାନୀୟ ବାସିନ୍ଦା ନିବେଦନ କରିଛନ୍ତି।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 25, 2022, 6:24 PM IST

ABOUT THE AUTHOR

...view details