ବାଲେଶ୍ୱର:ସମ୍ପର୍କରେ କଳା ଦାଗ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଶେଖବାଡ଼ ଅଞ୍ଚଳରେ ନାବାଳିକାଙ୍କୁ ସାବତ ବାପା ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ସାବତ ବାପାକୁ 22 ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଗତ ବର୍ଷ ଜୁଲାଇ 9 ତାରିଖରେ ଏହି ଘଟଣା ଘଟିଥିଲା । ଅଭିଯୋଗକୁ ଭିତ୍ତି କରି ବାଲେଶ୍ଵର ସ୍ବତନ୍ତ୍ର ପୋକ୍ସ କୋର୍ଟ ଅଭିଯୁକ୍ତ ସାବତ ବାପାଙ୍କୁ 22 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ 11 ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ।
ନାବାଳିକାର ମାଆ ଜଳେଶ୍ବର ଥାନାରେ ଅଭିଯୋଗ କରିବା ପରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ପୀଡ଼ିତା ନାବାଳିକାଙ୍କୁ ସହାୟତା ରାଶି ବାବଦକୁ 4 ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆଦେଶ ହୋଇଛି । ଅଭିଯୁକ୍ତ ପୀଡିତାଙ୍କ ମାଆଙ୍କ ଦ୍ବିତୀୟ ସ୍ବାମୀ । 2020 ଜୁଲାଇ 9 ତାରିଖରେ ଏହି କାଣ୍ଡ ଘଟାଇଥିଲେ ଅଭିଯୁକ୍ତ । ଜଳେଶ୍ବର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା ।