ଓଡିଶା

odisha

ETV Bharat / state

ରାତି ପାହିଲେ ମାଟ୍ରିକ ପରୀକ୍ଷା, ପ୍ରସ୍ତୁତ ବାଲେଶ୍ବର ଶିକ୍ଷା ବିଭାଗ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା 29 ତାରିଖ ଠାରୁ ଆରମ୍ଭ ହେବ । ଏନେଇ ପରୀକ୍ଷା ସେଣ୍ଟର ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ହବ, ସ୍କ୍ବାର୍ଡ ଗଠନ ଦିଗରେ ତତ୍ପରତା ଦେଖାଇଛି ବାଲେଶ୍ଵର ଶିକ୍ଷା ବିଭାଗ। ଅଧିକ ପଢନ୍ତୁ

By

Published : Apr 28, 2022, 1:26 PM IST

ମାଟ୍ରିକ ପରୀକ୍ଷା ପାଇଁ ବାଲେଶ୍ବର ଜିଲ୍ଲା ଶିକ୍ଷା ବିଭାଗ ପ୍ରସ୍ତୁତ
ମାଟ୍ରିକ ପରୀକ୍ଷା ପାଇଁ ବାଲେଶ୍ବର ଜିଲ୍ଲା ଶିକ୍ଷା ବିଭାଗ ପ୍ରସ୍ତୁତ

ବାଲେଶ୍ବର:ଚଳିତ ବର୍ଷ ମାଟ୍ରିକ ପରୀକ୍ଷା 29 ତାରିଖ ଠାରୁ ଆରମ୍ଭ ହେବ । ଏନେଇ ପରୀକ୍ଷା ସେଣ୍ଟର ଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ହବ, ସ୍କ୍ବାର୍ଡ ଗଠନ ଦିଗରେ ତତ୍ପରତା ଦେଖାଇଛି ବାଲେଶ୍ଵର ଶିକ୍ଷା ବିଭାଗ। ଏଥିପାଇଁ ଜିଲ୍ଲାର 12ଟି ବ୍ଲକର ବିଭିନ୍ନ ସ୍କୁଲରେ ସେଣ୍ଟର କରାଯିବା ସହ ପରୀକ୍ଷା ପରିଚାଳନା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି ।

ଜିଲ୍ଲାର 12 ଟି ବ୍ଲକ ମଧ୍ୟରେ ଜଲେଶ୍ବରରେ 22 ଟି ସେଣ୍ଟର, ବସ୍ତାରେ 16 ଟି ସେଣ୍ଟର, ଭୋଗରାଇରେ 23 ଟି, ବାଲିଆପାଳରେ 17ଟି, ଖଇରାରେ 19ଟି, ସିମୁଳିଆରେ 10ଟି, ନୀଳଗିରିରେ 15ଟି, ଔପଦାରେ 8ଟି, ରେମୁଣାରେ 16ଟି, ବାହାନଗାରେ 14ଟି, ସୋରରେ 17ଟି ଏବଂ ସଦର ବ୍ଲକରେ 30ଟି ସେଣ୍ଟର କରାଯାଇଛି। ସମୁଦାୟ 206ଟି ସେଣ୍ଟରରେ ଏଚଏସସି(HSC)ର 32 ହଜାର 760 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବା ବେଳେ ମଧ୍ୟମାରେ 1067 ଜଣ ଓ (SOSC)ରେ 721 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।

ସେହିପରି 12ଟି ବ୍ଲକରେ 12ଟି ନୋଡାଲ ସେଣ୍ଟର କରାଯାଇଛି । ଯେଉଁଠି ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ରହିବ ଓ ପରୀକ୍ଷା ଦିନ କଡ଼ା ସୁରକ୍ଷାରେ ପରୀକ୍ଷା କେନ୍ଦ୍ରକୁ ପଠାଯିବ। ଅନ୍ୟପଟେ ପରୀକ୍ଷାକୁ ସ୍ବଚ୍ଛ ଭାବେ ପରିଚାଳନା ଦିଗରେ 4ଟି ଫ୍ଲାଇଂ ସ୍କ୍ବାର୍ଡ ଓ 2ଟି ସେଣ୍ଟ୍ରାଲ ସ୍କ୍ବାର୍ଡ ଗଠନ କରାଯାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details