ବାଲେଶ୍ବର: ସାମୂହିକ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ନିଜେ ଔଷଧ ସେବନ କରି ଉଦଘାଟନ କରିଛନ୍ତି।
ସମସ୍ତ ପୌରାଞ୍ଚଳ ଏବଂ ବ୍ଲକରେ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଔଷଧ ସେବନ କାର୍ଯ୍ୟକ୍ରମ ଚାଲୁ ରହିବ। ଫାଇଲେରିଆ ନିରାକରଣ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥିବା ବେଳେ ଜିଲ୍ଲାବାସୀ ଏହି ଔଷଧ ନିଶ୍ଚିତ ସେବନ କରିବାକୁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି।