ବାଲେଶ୍ବର:ଚାକିରିରୁ ବିଦା ହେଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ତାଙ୍କ ବିରୋଧରେ ବାଲେଶ୍ଵର ଉତ୍କଳ ବାଳାଶ୍ରମରେ ବ୍ୟାପକ ହେରଫେର ଓ ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି ।
ଉତ୍କଳ ବାଳାଶ୍ରମରେ ବ୍ୟାପକ ହେରଫେର ଓ ଆର୍ଥିକ ଅନିୟମିତତା ବାବଦରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପ୍ରଧାନଙ୍କ ଅଭିଯୋଗକ୍ରମେ ତଦନ୍ତ ଆରମ୍ଭ ହୋଇଥିଲା । ଦାୟିତ୍ବରେ ଥିବା ଡିସିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଯୁବକ ମାଝୀଙ୍କୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବହିଷ୍କାର କରାଯାଇଛି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚାକିରିରୁ ବିଦା ହୋଇଛନ୍ତି ।
ଏହା ବି ପଢନ୍ତୁ...ନବ ଦାସ ହତ୍ୟାକାଣ୍ଡ: ସୁର କହିଲେ ଉଭୟ ବିଜେପି ଓ ବିଜେଡିଠୁ ତଥ୍ୟ ବାହର କରନ୍ତୁ ଡିଜି