ETV Bharat Odisha

ଓଡିଶା

odisha

ETV Bharat / state

ବାଲେଶ୍ବର ସାଇବର ପୋଲିସକୁ ସଫଳତା, ମାସକ ମଧ୍ୟରେ ହ୍ୟାକର ଗିରଫ - ବାଲେଶ୍ଵର ଇଣ୍ଡସଇଣ୍ଡ୍ ବ୍ୟାଙ୍କ ଖାତାରୁ ଲୁଟ ମାମଲା

ନୂଆ କରି ପ୍ରତିଷ୍ଠା ହୋଇଥିବା ବାଲେଶ୍ବର ସାଇବର ପୋଲିସକୁ ସଫଳତା ମିଳିଛି । ୧ ମାସ ଭିତରେ ହ୍ୟାକରକୁ କରିଛି ଗିରଫ । ଅଧିକ ପଢନ୍ତୁ

ବାଲେଶ୍ବର ସାଇବର ପୋଲିସକୁ ସଫଳତା, 1 ମାସ ମଧ୍ୟରେ ହ୍ୟାକର ଗିରଫ
ବାଲେଶ୍ବର ସାଇବର ପୋଲିସକୁ ସଫଳତା, 1 ମାସ ମଧ୍ୟରେ ହ୍ୟାକର ଗିରଫ
author img

By

Published : Feb 6, 2022, 7:42 PM IST

ବାଲେଶ୍ବର:ନୂଆକରି ପ୍ରତିଷ୍ଠା ହୋଇଥିବା ବାଲେଶ୍ଵର ସାଇବର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ବର୍ଷ ଡିସେମ୍ବର ୨୯ ତାରିଖରେ ବାଲେଶ୍ଵର ଇଣ୍ଡସିଣ୍ଡ୍ ବ୍ୟାଙ୍କ(Indusland bank) ଖାତାରେ ଥିବା ଜଣେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ୧୨ ଲକ୍ଷ ୪୫ ହଜାର ଟଙ୍କା ଲୁଟ କରିଥିବା ସାଇବର ଲୁଟେରାଙ୍କୁ ଗିରଫ କରାଯାଇଛି ।

ବାଲେଶ୍ବର ସାଇବର ପୋଲିସକୁ ସଫଳତା, 1 ମାସ ମଧ୍ୟରେ ହ୍ୟାକର ଗିରଫ

ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳର ଜ୍ୟୋତ୍ସ୍ନାରାଣୀ ପାତ୍ରଙ୍କ ବ୍ୟାଙ୍କ ଖାତାରୁ ଏହି ଟଙ୍କା ଲୁଟ ହୋଇଥିଲା । ମହିଳା ଜଣକ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହା ସାଇବର ଥାନାର ପ୍ରଥମ ମାମଲା ହୋଇଥିବାରୁ ଅଧିକ ଗୁରୁତ୍ୱ ଦିଆଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଅଭିଯୋଗର ୧ ମାସ ଆଠ ଦିନ ପରେ ବାଲେଶ୍ଵର ସାଇବର ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ଏହା ବି ପଢନ୍ତୁ: Crime Special Report: ବରବାଦ କରୁଛି ପ୍ରେମ, ବଳି ପଡୁଛନ୍ତି ଯୁବପିଢି

ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ସୁନ୍ଦରଗଡ଼, ପଶ୍ଚିମବଙ୍ଗ, ମୁର୍ଶିଦାବାଦ ଏବଂ ବିହାର ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ଅଭିଯୁକ୍ତଙ୍କ ନିକଟରୁ ୧ ଲକ୍ଷ ୬୯ ହଜାର ଟଙ୍କା ଜବତ ହୋଇଥିବା ବେଳେ ୧୦ ଟି ମୋବାଇଲ ଫୋନ ,୧୪ ଟି ବିଭିନ୍ନ ବ୍ୟାଙ୍କ ର ଏ ଟି ଏମ୍ , ୩୯ ଟି ସିମ କାର୍ଡ ଜବତ କରିଛି ସାଇବର ଥାନା ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details