ବାଲେଶ୍ବର: ଦିନକୁ ଦିନ ରାଜ୍ୟରେ ଅପରାଧିକ ମାମଲା ବୃଦ୍ଧି ହେଉଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବାଲେଶ୍ଵର ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି।
ଏସପି ଅଫିସ ଆଗରେ ବାଲେଶ୍ବର କଂଗ୍ରେସର ଧାରଣା - balasore SP office
ରାଜ୍ୟରେ ଅପରାଧିକ ମାମଲା ବୃଦ୍ଧି ହେଉଥିବାବେଳେ ସରକାରଙ୍କ ବିଫଳତାକୁ ନେଇ ଧାରଣା ଦେଲା ବାଲେଶ୍ବର ଜିଲ୍ଲା କଂଗ୍ରେସ । ପଢନ୍ତୁ ଅଧିକ.....
ଏସପି ଅଫିସ ଆଗରେ ବାଲେଶ୍ବର କଂଗ୍ରେସର ଧାରଣା
ଶିଶୁ ନିଖୋଜ, ନାବାଳିକା ଅପହରଣ, ଯୌନ ନିର୍ଯାନତା, ଦୁଷ୍କର୍ମ, ଗଣଦୁଷ୍କର୍ମ, ହତ୍ୟା, ଡକାୟତି, ଲୁଟ ଭଳି ସମ୍ବେଦନଶୀଳ ଘଟଣା ବଢ଼ିବାରେ ଲାଗିଛି। ଯାହାକି ଏବେ ନିୟନ୍ତ୍ରଣ ବାହାରେ ରହିଛି। ତେଣୁ ରାଜ୍ୟରେ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷିତ ନାହିଁ ବୋଲି ଅଭିଯୋଗ କରିଛି ଦଳ । ରାଜ୍ୟସରକାର ଏ ସମସ୍ତ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ