ଓଡିଶା

odisha

By

Published : Mar 24, 2023, 8:00 PM IST

ETV Bharat / state

ମୋଦି ସରକାର ବିରୋଧରେ କଂଗ୍ରେସର ବିକ୍ଷୋଭ, ଜାଳିଲା କୁଶ ପୁତ୍ତଳିକା

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁକୁ ନେଇ ତେଜିଲା କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରି କେନ୍ଦ୍ର ସରକାର ବିରୁଦ୍ଧରେ ଗର୍ଜିଲା ବାଲେଶ୍ଵର ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ତେ଼ଜିଲା କଂଗ୍ରେସ
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ତେ଼ଜିଲା କଂଗ୍ରେସ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦକୁ ତେ଼ଜିଲା କଂଗ୍ରେସ

ବାଲେଶ୍ଵର:ବିଜେପି ସରକାରର ବିରୁଦ୍ଧରେ ଗର୍ଜିଲା ବାଲେଶ୍ଵର ଜିଲ୍ଲା କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ବିରୋଧରେ ମୋଦୀ ସରକାରଙ୍କ ଉଦ୍ଦେଶ୍ୟମୂଳକ ଭାବେ କରାଯାଇଥିବା ମକଦ୍ଦମା ଏବଂ ଦଣ୍ଡାଦେଶ ବିରୋଧ କରି କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ବାଲେଶ୍ଵର ସହରର ଫକୀର ମୋହନ ଗୋଲେଇ ନିକଟରେ ମୋଦୀ ସରକାର ବିରୁଦ୍ଧରେ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ କର୍ମକର୍ତ୍ତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ମୋଦି ସରକାର ବିରୁଦ୍ଧରେ ନାରା ଦେଇଛି । ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ସହ ରାହୁଲ ଗାନ୍ଧୀଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶକୁ ନେଇ ତାତିଛି କଂଗ୍ରେସ ।

ରାହୁଲ ଗାନ୍ଧୀଙ୍କ ପ୍ରତି ମୋଦି ସରକାର ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ । ଜିଲ୍ଲା କଂଗ୍ରେସର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ତାନସାହି ଚଳାଇଛି । ଆଦାନୀ ଦୁର୍ନୀତି ସମ୍ପର୍କରେ ରାହୁଲ ଗାନ୍ଧୀ ଜୋରଦାର ବିରୋଧ କରିବା ସହ ଏଥିପାଇଁ ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାସହିତ ୨୦୧୯ ମସିହାରେ 28 ଜଣ ଭାରତୀୟ ଦେଶର ଟଙ୍କା ବୁଡାଇ ଦୁର୍ନୀତିରେ ସମ୍ପୃକ୍ତ ହୋଇ ଭାରତରୁ ଫେରାର ହୋଇ ଯାଇଛନ୍ତି । ଏହାକୁ ନେଇ ରାହୁଲ ଗାନ୍ଧୀ ବହୁବାର କେନ୍ଦ୍ର ସରକାରଙ୍କୁ ବିରୋଧ କରିବା ସହ ଏହା ପଛରେ ମୋଦିଙ୍କ ହାତ ଥିବା କହିଥିଲେ । ଜଣେ ବିରୋଧୀ ଦଳର ନେତା ହିସାବରେ ରାହୁଲ ଗାନ୍ଧୀ କୌଣସି ପ୍ରକାର ଖରାପ ବ୍ୟବହାର କିମ୍ବା କୌଣସି ଅଶାଳୀନ ମନ୍ତବ୍ୟ ଦେଇ ନଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଷଡଯନ୍ତ୍ର କରି ତାଙ୍କୁ ଫସାଇ ଦିଆଯାଇଥିବା ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି ।

ନୀରବ ମୋଦି, ଲଳିତ ମୋଦିଙ୍କ ବିରୋଧରେ ମୁହଁ ଖୋଲିବାରୁ ରାହୁଲ ଗାନ୍ଧୀଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ ହୋଇଛି । ଲୋକସଭାରେ ବାରମ୍ବାର ଗାନ୍ଧୀ ପରିବାରକୁ ମୋଦି ସରକାର ତାତ୍ସଲ୍ୟ କରିବା ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଉପରେ ମଧ୍ୟ ବହୁବାର ଆଙ୍ଗୁଳି ଉଠାଛି ସରକାର । ଏଥିପାଇଁ କାହିଁକି ମୋଦି ସରକାରଙ୍କୁ ଦଣ୍ଡିତ କରାଯିବ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ଯେଉଁଠି ମୋଦି ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉପରକୁ ଆଙ୍ଗୁଳି ଉଠାଇ ପାରୁଛନ୍ତି ସେଠି ତାଙ୍କ ପ୍ରତି କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ବୋଲି କଂଗ୍ରେସ କହିଛି । ଏମିତି ଆଉ କେତେଦିନ ମୋଦି ସରକାର ଲୋକଙ୍କୁ ଭୁଆଁ ବୁଲାଇ ତାଙ୍କ ଦୁର୍ନୀତି ବିରୋଧରେ କହିବା ଲୋକ ମୁହଁ ଚୁପ୍‌ କରାଇବ ବୋଲି କଂଗ୍ରସ ପ୍ରଶ୍ନ କରିଛି କଂଗ୍ରେସ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details