ବାଲେଶ୍ବର: ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ଼ ବନ୍ୟା । ଗତ ୨୦୦୮ ମସିହା ପରଠୁ ଏହା ଭୟାନକ ହେବ ବୋଲି ଆଜି ପ୍ରେସମିଟରେ କହିଛନ୍ତି ଏସଆରସି (SRC) । ତେବେ ଏବେ ସୁଦ୍ଧା ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିସାରିଛି (Subarnarekha flowing above danger mark) । ଭୟଙ୍କର ବନ୍ୟା ଆସୁଥିବାରୁ ତଳିଆ ଅଞ୍ଚଳରେ ଖୋଦ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ପହଞ୍ଚି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ଅନୁରୋଧ କରିଛନ୍ତି ।
ଏହା ବି ପଢନ୍ତୁ- ସୁବର୍ଣ୍ଣରେଖାରେ ବଡ ବନ୍ୟା ଆଶଙ୍କା, ବାଲେଶ୍ବର ଜିଲ୍ଲାପାଳଙ୍କୁ ମିଳିଲା SRC କ୍ଷମତା
ବାଲେଶ୍ଵର ଜିଲ୍ଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଦାୟିତ୍ବ ମିଳିବା (SRC powers to Balasore Collector ) ପରେ ସେ ବସ୍ତା, ବାଲିଆପାଳ, ଜଳେଶ୍ବର ଆଦି ବ୍ଲକ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ବନ୍ୟା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଜିଲ୍ଲାପାଳ ନିଜେ ଅନୁରୋଧ କରୁଛନ୍ତି । ଏହାସହ ନଦୀକୁଳିଆ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବନ୍ୟା ମୁକାବିଲା ପାଇଁ ODRAF ଓ NDRF ଟିମ୍ ସଜାଗ ରହିଛନ୍ତି । ଏହାସହିତ ଅଗ୍ନିଶମ ବିଭାଗର ଟିମ୍ ମଧ୍ୟ ସଜାଗ ରହିଛନ୍ତି ।