ଓଡିଶା

odisha

ETV Bharat / state

ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର ମଇଦାନରେ ଯାତ୍ରା ଜଗତ - balasore byelection latest news

ବାଲେଶ୍ବର ଉପନିର୍ବାଚନରେ ସ୍ବାଧିନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର କଲେ ଯାତ୍ରା ଷ୍ଟାର ଦାମ ପଣ୍ଡା ଓ ଆଲବମ କୁଇନ ରାଣୀ ପ୍ରିୟଦର୍ଶିନୀ । ଅଧିକ ପଢନ୍ତୁ...

ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର କଲେ ଷ୍ଟାର କ୍ୟାମ୍ପନର
ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର କଲେ ଷ୍ଟାର କ୍ୟାମ୍ପନର

By

Published : Oct 25, 2020, 5:24 PM IST

ବାଲେଶ୍ଵର: ଉପନିର୍ବାଚନର ମଇଦାନକୁ ଓହ୍ଲାଇଛନ୍ତି ଜଣେ 80 ବର୍ଷୀୟ ସ୍ବାଧୀନ ପ୍ରାର୍ଥୀ । ଗୁଡିପଦା ଅଞ୍ଚଳର ବେଣୁଧର ବାରିକ ବସ୍ତି ବାସିନ୍ଦାଙ୍କ ପାଇଁ ସ୍ବାର୍ଥ ପାଇଁ ଏହି ନିର୍ବାଚନରେ ସାମିଲ ହୋଇଛନ୍ତି । ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର କରିଛନ୍ତି ଯାତ୍ରା ଷ୍ଟାର ଓ ଓଲିଉଡ ଅଭିନେତ୍ରୀ ।

ସଦର ନର୍ବାଚନରେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ହେଉଛନ୍ତି ଗରିବ ପ୍ରାର୍ଥୀ ତଥା ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ । ଖିଅର କରି ପରିବାର ପୋଷୁଥିବା ବେଣୁଧର ଏକ ସାଇକେଲରେ ବୁଲି ପ୍ରଚାର କରୁଥିଲେ । ଯାତ୍ରା ଜଗତର ଆଇଟମ ଗାର୍ଲ ରାଣୀ ପଣ୍ଡା 24 ତାରିଖ ବେଣୁଧରଙ୍କ ପାଇଁ ପ୍ରଚାର କରିବା ସହ ତାଙ୍କୁ ସାଇକେଲ ଗିଫ୍ଟ ଦେଇଥିଲେ । ରାଣୀ ପଣ୍ଡାଙ୍କ ପରେ ଆଜି ଯାତ୍ରା ଜଗତର ଖଳନାୟକ ଦାମ ପଣ୍ଡା ଓ ଆଲବମ କୁଇନ ରାଣୀ ପ୍ରିୟଦର୍ଶିନୀ ସାହୁ ବେଣୁଧରଙ୍କ ପାଇଁ ପ୍ରଚାର କରିଛନ୍ତି । ଲୋକମାନେ ବେଣୁଧରଙ୍କୁ ଗ୍ରହଣ କରିଥିବା କୁହାଯାଇଛି । ଅନେକ ଯୁବକ ମଧ୍ୟ ବେଣୁଧରଙ୍କ ମନୋବଳକୁ ଦେଖି ଉତ୍ସାହିତ ହୋଇ ତାଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଲୋକମାନେ ବେଣୁଧରଙ୍କୁ ଜିତାଇବା ପାଇଁ ଚେଷ୍ଟା କରିବା ପାଇଁ ଆହ୍ଵାନ ଦିଆଯାଇଛି ।

ସ୍ବାଧୀନ ପ୍ରାର୍ଥୀ ବେଣୁଧରଙ୍କ ପାଇଁ ପ୍ରଚାର କଲେ ଷ୍ଟାର କ୍ୟାମ୍ପନର

ସୂଚନାଥାଉକି ବାଲେଶ୍ବରର ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ମଦନମୋହନ ଦତ୍ତଙ୍କ ପରୋଲୋକ ଯୋଗୁଁ ଉପନିର୍ବାଚନ ଅନୁଷ୍ଟିତ ହେଉଛି । ଉପନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ଦଳୀୟ ନେତା ମାନେ ପ୍ରଚାର କାର୍ଯ୍ୟରେ ଜୋରଦାର ଲାଗିଛନ୍ତି । ବିଜେପିରୁ ମାନସ ଦତ୍ତ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସ୍ବରୂପ କୁମାର ଦାସ, କଂଗ୍ରେସର ମମତା କୁଣ୍ଡୁ ମଇଦାନରେ ଓହ୍ଲାଇଛନ୍ତି । ଏହି ନିର୍ବାଚନର ମୁଖ୍ୟ ଆକର୍ଷଣ ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ ଲୋକମାଙ୍କ ମଧ୍ୟ ସହାନୁଭୂତି ରହିଛି ଯାହା ପ୍ରଚାର ସମୟରେ ପ୍ରତିଫଳନ ହେଉଛି । ବେଣୁଧର ବାରିକ ନିର୍ବାଚନର ଫଳାଫଳକୁ ଓଲଟପାଲଟ କରିବାର ସମ୍ଭାବନା ରହିଛି । ଆସନ୍ତା ନଭେମ୍ବର 3 ତାରିଖରେ ଭୋଟ ଗ୍ରହଣ କରାଯିବ । 10 ତାରିଖରେ ଭୋଟ ଫଳାଫଳ ଘୋଷଣା କରାଯିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details