ବାଲେଶ୍ଵର: ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଗଲା ଧନ୍ୟବାଦ । ଶୁକ୍ରବାର କ୍ୟାବିନେଟରେ ଭୂତଳ ପାଇପ ଜଳସେଚନ ବ୍ୟବସ୍ଥା ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ସାଳନ୍ଦୀ ମୁଖ୍ୟ ବାମ ପାର୍ଶ୍ବ କେନାଲର ୧୬.୦୮ କି.ମି. ଠାରୁ ୩୬.୫୪୭ କି.ମି. ମଧ୍ୟରେ ଅବସ୍ଥିତ ୯୮୦୩ ହେକ୍ଟର ଚାଷଜମିକୁ ଭୂତଳ ପାଇପ ଦ୍ବାରା ଜଳସେଚନ କରିବା ପାଇଁ 257 କୋଟି 46 ଲକ୍ଷ 48 ହଜାର 384 ଟଙ୍କାର ଟେଣ୍ଡର ଅନୁମୋଦନ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡି - ବାଲେଶ୍ଵର ଖବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛି ବାଲେଶ୍ଵର ବିଜେଡି । କ୍ୟାବିନେଟରେ ଭୂତଳ ପାଇପ ଜଳସେଚନ ବ୍ୟବସ୍ଥା ଅନୁମୋଦନ ପରେ ଏମିତି କୃତଜ୍ଞତା ଜ୍ଞାପନ କରାଯାଇଛି। ଅଧିକ ପଢନ୍ତୁ
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବାଲେଶ୍ଵର ବିଜେଡିର
ଏହି ପ୍ରକଳ୍ପକୁ ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ବାଲେଶ୍ଵର ଜିଲ୍ଲାର ଖଇରା ଓ ଔପଦା ବ୍ଲକର ଲୋକମାନେ ଉପକୃତ ହେବେ। ଭୂତଳ ପାଇପ ମାଧ୍ୟମରେ ଜଳସେଚନ ଦ୍ବାରା ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଏଡ଼ାଇ ଦିଆଯାଇ ପାରିବ । ଏହି କାର୍ଯ୍ୟ ଦ୍ବାରା ଜଳ ଅପଚୟକୁ କମ କରାଯିବା ସହିତ ରକ୍ଷଣାବେକ୍ଷଣ ଖର୍ଚ୍ଚ ମଧ୍ୟ କମ କରାଯାଇପାରିବ।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ