ବାଲେଶ୍ଵର : ବାଲେଶ୍ଵର ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଉତ୍ତର ଓଡ଼ିଶାର ବିକାଶ ମୂଳରେ ଓଡିଶା ସରକାରଙ୍କ ଉନ୍ନତି ସମ୍ପର୍କରେ ସୂଚନା ଦିଆଯାଇଛି ।
ଏମ୍ସ ପାଇଁ ଜାମି ହସ୍ତାନ୍ତର ନେଇ ବାଲେଶ୍ଵର ବିଜେଡି ଖୁସି ବାଲେଶ୍ଵରରେ ଏମ୍ସ ସାଟେଲାଇଟ ସେଣ୍ଟର ଖୋଲିବା ପାଇଁ ରାଜ୍ୟ ସରକାର 25 ଏକର ଜମି ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଇଛି । ଗରିବ ଶ୍ରେଣୀଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବେଶ ସହାୟକ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ମହିଳାଙ୍କୁ 10 ଲକ୍ଷ ଓ ପୁରୁଷ ମାନଙ୍କୁ ବର୍ଷକୁ 5 ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲା ବିଜେଡି ସଭାପତି ରବିନ୍ଦ୍ର ଜେନା କହିଛନ୍ତି । ସେହିପରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ରୋଗୀ ସେବା ଯୋଗାଇ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ମେଡିକାଲ କଲେଜ ସ୍ଥାପନ ହେବା ପରେ ମାସକୁ 45 ହଜାରରୁ ଅଧିକ ରୋଗୀ ସେବା ପାଉଛନ୍ତି । ଏଥିପାଇଁ ବାଲେଶ୍ଵର ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ