ଓଡିଶା

odisha

ETV Bharat / state

ସ୍ଥାୟୀ ପଟା ଦାବିରେ ବସ୍ତିବାସିନ୍ଦାଙ୍କ ବିକ୍ଷୋଭ - ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବାଲେଶ୍ଵର ସହରର ଭୂମିହୀନ ଓ ବାସହୀନ ବସ୍ତିବାସିନ୍ଦା ସ୍ଥାୟୀ ପଟା ଦାବି କରି ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ କରିଛନ୍ତି । ଅଧିକ ପଢନ୍ତୁ...

balasore basti basinda
ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

By

Published : Dec 30, 2019, 5:34 PM IST

ବାଲେଶ୍ଵର: ସ୍ଥାୟୀ ପଟା ଦାବି କରି ବସ୍ତିବାସିନ୍ଦାଙ୍କ ବିକ୍ଷୋଭ । ବାଲେଶ୍ଵର ସହରର ଭୂମିହୀନ ଓ ବାସହୀନ ବସ୍ତିବାସିନ୍ଦା ସ୍ଥାୟୀ ପଟା ଦାବି କରି ଜିଲ୍ଲାପାଳ ଅଫିସ ଆଗରେ ପ୍ରଦର୍ଶନ କରିଛନ୍ତି । ଏହାସହ ବାଲେଶ୍ଵର ବସ୍ତି ବାସିନ୍ଦା ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲାପାଳ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ପରେ ସେଠାରେ ଜିଲ୍ଲା ପ୍ରଶାସନର ଆଇନ ଉଲ୍ଲଙ୍ଘନ ବିରୋଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଆଇଟିଆଇ ପମ୍ପ ହାଉସ ନିକଟରେ ସ୍ଥାୟୀ ଭାବେ ବସବାସ କରୁଥିବା 30 ପରିବାର ପ୍ରତି ପ୍ରଶାସନିକ ସ୍ତରରେ ସେମାନଙ୍କ ଯିବାଆସିବା ରାସ୍ତା ବନ୍ଦ କରି ଦିଆଯାଇଛି । ଉକ୍ତ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟା ଦେବା ପରିବର୍ତ୍ତେ ସେମାନଙ୍କୁ ବେଆଇନ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ କରାଯାଉଥିବା ଅଭିଯୋଗ ହୋଇଛି।

ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଭୂମିହୀନ ବାସହୀନ ଲୋକମାନେ ଝୁମ୍ପୁଡି ଚାଳ କରି ଦୀର୍ଘବର୍ଷ ଧରି ରହୁଛନ୍ତି। ବସୁନ୍ଧରା ଯୋଜନା ପ୍ରଣୟନ ହୋଇଥିଲେ ମଧ୍ୟ ଏଯାଏ ପ୍ରଶାସନ ସ୍ତରରେ ଚିହ୍ନଟ କରି ପାରିନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଏସବୁ ସମସ୍ୟା ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details