ବାଲେଶ୍ବର:ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ବାଲେଶ୍ଵରର ଚିତ୍ରକଳା ପ୍ରଦର୍ଶିତ ହୋଇଛି । ବାଲେଶ୍ଵରର ଚାରୁ ଓ କାରୁକଳା କଲେଜର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ନିକୁଞ୍ଜ ବିହାରୀ ଦାସଙ୍କ 40ଟି ଚିତ୍ର ପ୍ରଦର୍ଶିତ ହୋଇଛି । ଯାହା ଓଡିଶାରୁ କେବଳ ନିକୁଞ୍ଜଙ୍କର ସେଠାରେ ସ୍ଥାନିତ ହୋଇଛି ।
ତେବେ ଏହି ନିଆରା ଚିତ୍ର (ରି-ଥିଙ୍କିଙ୍ଗ୍) ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଛି । ଏହି ପ୍ରଦର୍ଶନୀରେ ମୁମ୍ବାଇର ବରିଷ୍ଠ ଚିତ୍ରଶିଳ୍ପୀ ଅନିଶା ମିଚନ୍ଦିନୀ ଓ ପ୍ରକାଶ ଘଡଜେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ତେବେ ନିକୁଞ୍ଜ ସବୁବେଳେ ତାଙ୍କର ଚିତ୍ରକୁ ନେଇ ଚର୍ଚ୍ଚାରେ ରହନ୍ତି । ୨୦୧୩ ମସିହାରେ ମୁମ୍ବାଇର ଜାହାଙ୍ଗୀର ଆର୍ଟ ଗ୍ୟାଲେରି କର୍ତ୍ତୃପକ୍ଷଙ୍କ ପାଖକୁ ତାଙ୍କର ଏକ ବିଷୟକୁ ନେଇକି ନିର୍ବାଚିତ ଚିତ୍ର ପଠାଇଥିଲେ । ତେବେ ଅକ୍ଟୋବର ୧୧ରୁ ୧୭ ପର୍ଯ୍ୟନ୍ତ ଜାହାଙ୍ଗୀର ଆର୍ଟ ଗ୍ୟାଲେରିରେ ଦାସଙ୍କ ଓଏଲ୍ ଏବଂ ଆକ୍ରିଲିକ୍ ମିଶ୍ରିତ ରଙ୍ଗରେ ପ୍ରସ୍ତୁତ ବିଭିନ୍ନ ବିଷୟକୁ ନେଇ ହୋଇ ସାରିଥିବା ୪୦ଟି ଚିତ୍ର ପ୍ରଦର୍ଶିତ ହେଇଯାଇଛି।