ଓଡିଶା

odisha

ETV Bharat / state

ନାବାଳିକା ଦୁଷ୍କର୍ମକାରୀକୁ 33 ହଜାର ଜୋରିମାନା ସହ 10ବର୍ଷ ଜେଲ ଦଣ୍ଡାଦେଶ

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇବା ସହ ୩୩ ହଜାର ଟଙ୍କା ଜୋରିମାନା ଆଦେଶ । ଜୋରିମାନା ଅନା‌ଦେୟ ହେଲେ ଦୋଷୀଙ୍କୁ ଅଧିକ ୧ ବର୍ଷ ଜେଲଦଣ୍ଡ । ଅଧିକ ପଢନ୍ତୁ...

balasor-first-track-court-decleared-minor-girl-rapist-accused-10-years-jail-and-33000-fine
ଫୋଟ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

By

Published : Dec 24, 2019, 10:29 AM IST

ବାଲେଶ୍ବର: ନାବାଳିକା ଦୁଷ୍କର୍ମକାରୀଙ୍କୁ 10 ବର୍ଷ ଜେଲ । ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବାଲେଶ୍ବର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଗିରିଜା କୁମାର ମହାପାତ୍ର ଦୋଷୀ ଲୋକନାଥ ଓଝାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି । ଏହା ସହ ୩୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏହା ଅନା‌ଦେୟ ହେଲେ ଦୋଷୀଙ୍କୁ ଅଧିକ ୧ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ପ୍ରକାଶ ପାଇଛି ।

ନାବାଳିକା ଦୁଷ୍କର୍ମକାରୀ ଦଣ୍ଡ :10 ବର୍ଷ ଜେଲ,33 ହଜାର ଜିରମାନା

ସୂଚନା ଥାଉକି, ସୋର ଥାନାରେ ୨୦୧୩ ମସିହା ଫେବୃଆରୀ ୨୭ ତାରିଖରେ ୭୧/୧୩ରେ ଏକ ମାମଲା ରୁଜୁ ହୋଇଥିଲା । ଉକ୍ତ ମାମଲା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ଲୋକନାଥ ଓଝା ନାମକ ଯୁବକ ସୋର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥି‌ଲା । ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ବାଲେଶ୍ବର ପୋକ୍ସୋ ଅଦାଲତରେ ଏହି ମାମଲା ବିଚାରାଧୀନ ଥିବା ବେଳେ ବିଚାରପତି ଶ୍ରୀ ମହାପାତ୍ର ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details