ବାଲେଶ୍ବର: ଦିନକୁ ଦିନ ନଷ୍ଟ ହେଉଥିବା ପରିବେଶକୁ ରକ୍ଷା କରିବା ପାଇଁ ସହରରେ ଆରମ୍ଭ ହୋଇଛି ନିଆରା ପ୍ରୟାସ । ଓଡିଶା ଏନଭାଇରନମେଣ୍ଟ ସୋସାଇଟି ପକ୍ଷରୁ ଏନେଇ ଗଛ ଲଗାଇବା ଓ ବଞ୍ଚାଇବା ପାଇଁ ପଦକ୍ଷେପ ସ୍ବରୂପ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ କୁରୁଡାସ୍ଥିତ ଓଡିଶା ଫଲୋଅପଠାରେ ଛାତ୍ରଛାତ୍ରୀଙ୍କୁ ଗଛର ଉପକାରିତା ସମ୍ପର୍କରେ ଅବଗତ କରାଯାଇଥିଲା ।
ବର୍ତ୍ତମାନ ସମୟରେ ପ୍ରଦୂଷଣ ବଢୁଥିବା ବେଳେ ପରିବେଶକୁ ରକ୍ଷା କରିବା ପାଇଁ ଗଛର ଉପକାରିତା ଜାଣିବା ନିହାତି ଦରକାର ବୋଲି ଯୋଗ ଦେଇଥିବା ଅତିଥି ମତାମତ ରଖିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ବିଭୁଦତ୍ତ ବେହେରା, ଡ଼ଃ ପ୍ରଦୀପ ରଥ ଓ ସ୍ବପ୍ନା ବେହେରା ପ୍ରମୁଖ ଯୋଗ ଦେଇଥିଲେ।