ଓଡିଶା

odisha

ETV Bharat / state

ଶିକ୍ଷକଙ୍କୁ ମାଡମରା ଘଟଣା: ଆନ୍ଦୋଳନରେ ଶିକ୍ଷକ, ନର୍ବାଚନ ଓ ଖାତାଦେଖା ବର୍ଜନ ଧମକ

ଶିକ୍ଷକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏବେ ଜଳେଶ୍ବର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକଜୁଟ ହୋଇ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି।

By

Published : Mar 30, 2019, 2:36 AM IST

Updated : Mar 30, 2019, 3:40 AM IST

ଭିଡିଓ ସୌଜନ୍ୟ: ସମ୍ବାଦାତା, ବାଲେଶ୍ୱର

ବାଲେଶ୍ୱର: ଜିଲ୍ଲାର ଜଳେଶ୍ବର ଠାରେ ଶିକ୍ଷକଙ୍କୁ ମାଡ଼ ଘଟଣାରେ ରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ। ଥାନାରେ ଏତଲା ଦେବା ସହ କାର୍ଯ୍ୟାନୁଷ୍ଠାନ ନହେଲେ ନିର୍ବାଚନ ଓ ଖାତାଦେଖା ବର୍ଜନ କରିବେ ବୋଲି ଚେତାବନୀଦେଇଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦାତା, ବାଲେଶ୍ୱର

ଜଳେଶ୍ବର ବ୍ଲକ ରାଜନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ 25 ତାରିଖ ଜଣେ ଛାତ୍ରର ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଗ୍ରାମବାସୀ ସ୍କୁଲ ପରିସରରେ ଶିକ୍ଷକଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଶିକ୍ଷକଙ୍କ ଦାୟିତ୍ୱ ଅବହେଳା ଯୋଗୁ 2ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିବା ସହ ଜଣେ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ମାତ୍ର ଶିକ୍ଷକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣର କାର୍ଯ୍ୟାନୁଷ୍ଠାନ ନେବାପାଇଁ ଏବେ ଜଳେଶ୍ବର ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକଜୁଟ ହୋଇ ରାଇବଣିଆ ଥାନାରେ ଅଭିଯୋଗ କରିଛନ୍ତି।

ମାଡ଼ ମାରିଥିବା 5ଜଣ ବ୍ୟକ୍ତିଙ୍କ ବିରୋଧରେ ଏତଲା ଦିଆଯାଇଛି। ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଦାବି କରିଛନ୍ତି। ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆଗାମୀ ନିର୍ବାଚନ ଓ ଖାତାଦେଖା ବର୍ଜନ କରିବେ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ଚେତାବନୀ ଦେଇଛନ୍ତି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 30, 2019, 3:40 AM IST

ABOUT THE AUTHOR

...view details