ଓଡିଶା

odisha

ETV Bharat / state

ବସ୍ତା ଅବକାରୀର ଗୋଳ ମାଳିଆ ନୀତି, ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଅଧିକାରୀ - ହଟହଟା ହେଲେ ବସ୍ତା ଅବକାରୀ ଅଧିକାରୀ

ଅଭିଯୁକ୍ତକୁ ଗିରଫ କରିବାକୁ ଯାଇ ହଟହଟା ହେଲେ ବସ୍ତା ଅବକାରୀ ଅଧିକାରୀ । ବସ୍ତା ଅବକାରୀ ଥାନା ଏଏସଆଇ ଭଗବାନ ମହାନନ୍ଦିଆଙ୍କୁ ଆକ୍ରମଣ କରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ବସ୍ତା ଅବକାରୀ ଅଧିକାରୀଙ୍କୁ ଆକ୍ରମଣ
ବସ୍ତା ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

By

Published : Feb 11, 2023, 1:22 PM IST

ବସ୍ତା ଅବକାରୀ ଅଧିକାରୀଙ୍କୁ ଆକ୍ରମଣ

ବାଲେଶ୍ବର:ବସ୍ତା ଅବକାରୀ ବିଭାଗର ଗୋଳ ମାଳିଆ ନୀତି । ନିର୍ଦ୍ଦୋଶ କହିଥିବାଅଭିଯୁକ୍ତକୁ ପୁଣିଥରେ ଗିରଫ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ବସ୍ତା ଅବକାରୀ ଥାନା ଏଏସଆଇ ଭଗବାନ ମହାନନ୍ଦିଆ । ଆକ୍ରମଣ ପରେ ତାଙ୍କୁ ସିଂଲା ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି ।

ବାଲେଶ୍ଵର ଜିଲ୍ଲା ବସ୍ତା ଅବକାରୀ ବିଭାଗ ଏକ ଅଫିମ ଜବତ ଘଟଣାରେ ଅଭିଯକ୍ତକୁ ଅଦଳ ବଦଳ କରି ହର଼ଡଘଣାରେ ପଡ଼ିଛି । ଛାଡ଼ିଦେଇ ଥିବା ଅଭିଯୁକ୍ତକୁ ଚାପରେ ପଡି ପୁଣିଥରେ ଗିରଫ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ଅଧିକାରୀ। ସୂଚନା ଅନୁସାରେ, ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଅମର୍ଦାରୋଡ ବାଇପାସ ନିକଟରେ ସାଟେଲାଇଟ ଥାନା କଟକ ଓ ବସ୍ତା ଅବକାରୀ ୟୁନିଟ ପକ୍ଷରୁ ବୁଧବାର ରାତିରେ ମିଳିତ ଚଢାଉ କରି ଜଣେ ଅଭିଯୁକ୍ତ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୯୯୦ ଗ୍ରାମ ଓଜନର ଅଫିମ ଜବତ କରିଥିଲା । ଧରା ପଡ଼ିଥିବା ଅଭିଯୁକ୍ତ ଜଣଙ୍କ ହେଲେ ସିଂଲା ଥାନା ଅନ୍ତର୍ଗତ ଗୁତୁଡିହା ଅଞ୍ଚଳର ରାମକୃଷ୍ଣ ଜେନା ।

ଏହା ମଧ୍ୟ ପଢନ୍ତୁ: ରମାଦେବୀକୁ ଏକକ ଓ ବହୁମୁଖୀ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ କରିବାର ଦାୟିତ୍ୱ ନିଅନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

ବୁଧବାର ସାଟେଲାଇଟ ଅବକାରୀ ବିଭାଗ ଓ ବାଲେଶ୍ଵର, ଜଳେଶ୍ଵର, ବସ୍ତା ଅବକାରୀ ବିଭାଗ ମିଳିତ ଚଢାଉ କରି ୯୯୦ ଗ୍ରାମ ଓଜନର ଅଫିମ ଜବତ କରି ଅଭିଯୁକ୍ତ ରାମକୃଷ୍ଣ ଜେନାଙ୍କୁ ଗିରଫ୍ କରି ଥାନାରେ ଅଟକ ରଖିଥିଲେ । ମାତ୍ର ବସ୍ତା ଅବକାରୀ ବିଭାଗ ଗିରଫ ରାମକୃଷ୍ଣକୁ ଛାଡି ଦେଇ ତାଙ୍କ ସ୍ଥାନରେ ତଳ ତାପଣ୍ଡା ଅଞ୍ଚଳର ଜଳଧର ରାଉତଙ୍କୁ ଗିରଫ କରାଯାଇଥିଲା । ବସ୍ତା ଅବକାରୀ ଅଧିକାରୀ ଭାଗବାନ ମହାନନ୍ଦିଆ ଅଫିମକୁ ବୁଧବାର ରାତିରେ ଜବତ କରିଥିବା ବେଳେ ଗୁରୁବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ ।

ଯାହାକୁ ନେଇ ଅବକାରୀ ଅଧିକାରୀଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରକୁ ଆସିଥିଲା । ଏହାପରେ ଅବକାରୀ ଅଧିକାରୀ ଚାପରେ ପଡି ପୁଣିଥରେ ଛାଡି ଦେଇଥିବା ଅଭିଯୁକ୍ତକୁ ଗିରଫ କରିବା ପାଇଁ ତାଙ୍କ ଘରକୁ ଯାଇଥିବା ବେଳେ ସେଠାରେ ସେ ଆକ୍ରମଣର ଶିକାର ହୋଇଥିଲେ। ସିଂଲା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ତେବେ ଏହି ଘଟଣାରେ ସତ୍ୟାସତ୍ୟ ଜଣାପଡି ନଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details