ବାଲେଶ୍ବର: ଜିଲ୍ଲା ହଳଦୀପଦା ଥାନା ଅଧିନ ଧହିପାଳ ଅଞ୍ଚଳର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଥିବା ଜଣାପଡିଛି । ଯୁବକ ଜଣଙ୍କ ହେଲେ ସେହି ଅଞ୍ଚଳର ବିଶ୍ବନାଥ ଜେନା ।
ବୈଶିଙ୍ଗା ଥାନା ଅଧିନ କଳମା ଅଞ୍ଚଳର ଏକ ବାରକୁ ବିଶ୍ବନାଥ ଯାଇଥିଲେ । ସେଠାରେ 3 ରୁ 4ଜଣ ଯୁବକ ବିଶ୍ଵନାଥଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ମାରଣାସ୍ତ୍ରରେ ଆକ୍ରମଣ ଯୋଗୁଁ ବିଶ୍ବନାଥଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।