ବାଲେଶ୍ବର: ଜିଲ୍ଲାରେ ମାତିଛନ୍ତି ଏଟିଏମ ଲୁଟେରା। ଗତ କିଛିଦିନ ଧରି ଜିଲ୍ଲାର ବିଭିନ୍ନ ଏଟିଏମ ଲୁଟ ହେବା ଘଟଣା ସାମ୍ନାକୁ ଆସିଛି। ଆଜି ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି। ଜିଲ୍ଲାର ବାହାନଗା ବ୍ଲକ ଗୋପାଳପୁର ବଜାରରେ ଥିବା ଷ୍ଟେଟ ବ୍ୟାଙ୍କର ଏଟିଏମ ତାଡ଼ି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।
ବାଲେଶ୍ଵରରେ ବଢୁଛି ଏଟିଏମ ଲୁଟେରାଙ୍କ ଉତ୍ପାତ - ବାଲେଶ୍ବର ଏଟିଏମ ଚୋରି ଘଟଣା
ବାଲେଶ୍ବର ଜିଲ୍ଲାର ବାହାନଗାରେ ଏଟିଏମ ତାଡି ଟଙ୍କା ଲୁଟିନେଲେ ଲୁଟେରା । ପଢନ୍ତୁ ଅଧିକ.......
![ବାଲେଶ୍ଵରରେ ବଢୁଛି ଏଟିଏମ ଲୁଟେରାଙ୍କ ଉତ୍ପାତ ବାଲେଶ୍ଵରରେ ବଢୁଛି ଏଟିଏମ ଲୁଟେରାଙ୍କ ଉତ୍ପାତ](https://etvbharatimages.akamaized.net/etvbharat/prod-images/768-512-9885990-thumbnail-3x2-balasore.jpg)
ବାଲେଶ୍ଵରରେ ବଢୁଛି ଏଟିଏମ ଲୁଟେରାଙ୍କ ଉତ୍ପାତ
ବାଲେଶ୍ଵରରେ ବଢୁଛି ଏଟିଏମ ଲୁଟେରାଙ୍କ ଉତ୍ପାତ
ତେବେ କେତେ ପରିମାଣର ଟଙ୍କା ଲୁଟ ହୋଇଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ । ଅନ୍ୟ ପକ୍ଷରେ ଲୁଟେରାମାନେ ଏଟିଏମରେ ଲାଗିଥିବା ସିସିଟିଭି କନେକ୍ସନ କାଟି ଲୁଟ କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଭଳି ବାରମ୍ବାର ହେବା ଫଳରେ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ