ବାଲେଶ୍ବର: ଓଡିଶା ରାଜ୍ୟ ଆଶା ସାଥି ସଙ୍ଘ ପକ୍ଷରୁ 5ଦଫା ଦାବି ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆଶା ସାଥୀମାନଙ୍କୁ 6 ହଜାର ଟଙ୍କା ପ୍ରଦାନ କରିବା ପାଇଁ ଦାବି ହୋଇଥିଲା ।
5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ - Asha Sathi organisation protest
ଓଡିଶା ରାଜ୍ୟ ଆଶା ସାଥି ସଙ୍ଘ ପକ୍ଷରୁ 5ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ । ନିଜର ଦାବି ନେଇ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଘେରିଲା ଆଶା ସାଥି ସଙ୍ଘ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
5 ଦଫା ଦାବି ନେଇ ଆଶା ସାଥୀ ସଂଘର ବିକ୍ଷୋଭ
ଏହାସହ ଆଶା ସାଥୀମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ୟୁନିଫର୍ମ ଲାଗୁ କରିବା, କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ତାଲିମ ବ୍ୟବସ୍ଥା କରିବା, ଆଶା ସାଥୀମାନଙ୍କ ପାଇଁ ଜୀବନ ବୀମା ଓ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରିବା ଭଳି ଦାବି ଉପସ୍ଥାପନ କରାଯାଇଛି । ବାଲେଶ୍ଵର ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ