ଓଡିଶା

odisha

ETV Bharat / state

ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ - stf arrest police in balesore

ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ୍ । ଅନ୍ତର୍ଜାତୀୟ ବ୍ରାଉନସୁଗାର ମାଫିଆ ରାଜା ସହ ଲିଙ୍କ ଅଭିଯୋଗରେ ବାଲେଶ୍ଵର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ପୋଲିସ କର୍ମଚାରୀ ରଞ୍ଜନ କୁମାର ସାହୁ ଗିରଫ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 21, 2019, 7:02 PM IST

ବାଲେଶ୍ବର: ପୋଲିସ କର୍ମଚାରୀଙ୍କୁ ବାନ୍ଧିଲା ଏସଟିଏଫ । ବାଲେଶ୍ଵର ଜିଲ୍ଲା ସହଦେଵଖୁଣ୍ଟା ଥାନା ଅଧିନ ବିଚାରଗଞ୍ଜ ଫାଣ୍ଡିର ପୋଲିସ କର୍ମଚାରୀ ରଞ୍ଜନ କୁମାର ସାହୁଙ୍କୁ ଶନିବାର ଏସଟିଏଫ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁୟାୟୀ, ଗତ 19 ତାରିଖରେ ରଞ୍ଜନ କୁମାର ସାହୁ ଓ ପ୍ରଦୀପ କୁମାର ଦେଙ୍କୁ ବାଲେଶ୍ଵର ଏସପି କାର୍ଯ୍ୟରୁ ନିଲମ୍ବନ କରିଥିଲେ। ତେବେ ରଞ୍ଜନ କୁମାର ସାହୁ ଅନ୍ତର୍ଜାତୀୟ ବ୍ରାଉନସୁଗାର ମାଫିଆ ଶେଖ୍ ରାଜା ସହ ସିଧାସଳଖ ସମ୍ପର୍କ ରହିଥିଲା ବୋଲି ପୋଲିସକୁ ଗୁପ୍ତ ସୂତ୍ରରୁ ଜଣାପଡିଥିଲା । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢ଼ାଉ କରିଥିଲେ ମଧ୍ୟ ରାଜାକୁ ଗିରଫ କରିବାରେ ସକ୍ଷମ ହୋଇପାରୁନଥିଲା ।

ତେବେ ଗତ 16 ତାରିଖରେ ଏସଟିଏଫ ଭୁବନେଶ୍ବରରୁ ରାଜାକୁ ଗିରଫ କରିବାରେ ସଫଳ ହୋଇଥିଲା । ତେବେ ରାଜା ଗିରଫ ହେବା ପରେ ତାର ଅନ୍ତର୍ଜାତୀୟ ଲିଙ୍କ୍ ଗୁମର ଖୋଲୁଥିଲା । ଏପଟେ ରାଜା ସହ ଥିବା ବିଭିନ୍ନ ଲିଙ୍କକୁ ମଧ୍ୟ ଛାନଭିନ ଜାରିରଖିଛି ଏସଟିଏଫ ।

ଏପଟେ ପ୍ରାଥମିକ ପର୍ଯ୍ୟାୟରେ ରଞ୍ଜନଙ୍କୁ ରାଜା ସହ ଲିଙ୍କ ନେଇ ଏସଟିଏଫ୍ 21- ବି, ଏମବିପିଏସ ଆକ୍ଟ , ଆର୍ମ ଆକ୍ଟ ,25 ଓ 27 ଅନୁଯାୟୀ ଶନିବାର ଗିରଫ କରିଥିବା ବେଳେ କେସ୍ ନଂ 14/19ରେ ଏକ ମାମଲା ରୁଜୁ କରିଛି । ତେବେ ଆଗକୁ ଗିରଫ ସଂଖ୍ୟା ବଢ଼ିପାରେ ବୋଲି ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details