ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ଏଏନଏମ କର୍ମୀଙ୍କ ଧାରଣା - ଡାକ୍ତରଖାନା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କୋରୋନା କାଳରୁ ବାଲେଶ୍ବର ଜିଲ୍ଲା କୋଭିଡ ହସ୍ପିଟାଲରେ ରୋଗୀ ସେବାରେ ନିଯୁକ୍ତ ଥିବା ଅସ୍ଥାୟୀ ଏଏନଏମ କର୍ମୀଙ୍କ ଧାରଣା । ଅଧିକ ପଢନ୍ତୁ...

ଏଏନଏମ କର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି
ଏଏନଏମ କର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବି

By

Published : Dec 18, 2020, 12:56 PM IST

ବାଲେଶ୍ବର:କୋରୋନା ମହାମାରୀ ସମୟରେ କୋଭିଡ ହସ୍ପିଟାଲରେ ଅସ୍ଥାୟୀ ଭାବରେ ନିଯୁକ୍ତ ହୋଇଥିବା ଏଏନଏମ କର୍ମୀଙ୍କ ଧାରଣା । ସ୍ଥାୟୀ ନିଯୁକ୍ତି ଦାବିରେ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେଇଛନ୍ତି ।

ବାଲେଶ୍ବର ଜିଲ୍ଲାରେ କୋଭିଡ ହସ୍ପିଟାଲରେ ତିନି ମାସ ଧରି ଅସ୍ଥାୟୀ ଭାବରେ ରୋଗୀ ସେବା କରି ଆସିଛନ୍ତି ଏଏନଏମ କର୍ମୀ । ତିନିମାସ ପରେ ସେମାନଙ୍କୁ କାର୍ଯ୍ୟରୁ ଅବ୍ୟାହିତ କରାଯାଇଛି । ଅନ୍ୟପଟେ 3ମାସର ଚୁକ୍ତିଭିତ୍ତିକ କାର୍ଯ୍ୟ ବର୍ଦ୍ଧିତ ହୋଇ ସେମାନେ ୯ମାସ ରୋଗୀସେବା ଯୋଗାଇ ଦେଇଥିଲେ । 162ଟି ପଦବୀରେ ମୋଟ 53ଜଣ କୋଭିଡ ହସ୍ପିଟାଲେ ରୋଗୀ ସେବା ଯୋଗାଇ ଦେଇଥିଲେ ।

ଏଏନଏମ କର୍ମୀଙ୍କ ଧାରଣା

କୋରୋନା ମହାମାରୀର ଜଟିଳ ପରିସ୍ଥିତିରେ ସେମାନେ କୋରୋନା ଯୋଦ୍ଧା ଭାବରେ ନିଜର ଦାୟିତ୍ବ ତୁଲାଇଛନ୍ତି ହେଲେ ସେମାନଙ୍କୁ ପ୍ରକୃତ ଯୋଦ୍ଧାର ମାନ୍ୟତା ମିଳିନାହିଁ । ବର୍ତ୍ତମାନ ଓଡିଶାରେ 6432 ପଦବୀ ପାଇଁ ସରକାରୀ ସ୍ତରରେ ବିଜ୍ଞପ୍ତି ପ୍ରକାଶିତ ହୋଇଥିବା ବେଳେ ବାଲେଶ୍ଵର ପାଇଁ 368ଟି ପଦବୀ ବାହାରିଛି। ଯେଉଁଥିରେ ଏହି 53ଜଣଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପାଇଁ ଦାବି ହୋଇଛି। ସେମାନଙ୍କ ଦାବି ପୂରଣ ପାଇଁ ଶୁକ୍ରବାର ସେମାନେ ଡାକ୍ତରଖାନା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details