ବାଲେଶ୍ଵର :17 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଅଙ୍ଗନବାଡି ଦିଦି (Anganwadi workers protest demanding over various issue) । ନିଜ ଜିଦରେ ଅଟଳ ଅଙ୍ଗନବାଡ଼ି ଦିଦି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନବାଡି ଦିଦିଙ୍କ ବିକ୍ଷୋଭ । ଏନେଇ ଆଜି ସକାଳୁ ବାଲେଶ୍ଵର ଷ୍ଟେସନ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ନିଜ ହକ୍ ମାଗିଥିଲେ । ବର୍ତ୍ତମାନ ବଜାରରେ ଅଣ୍ଡା ଦର ଯେତିକି ସରକାରୀ ସ୍ତରରେ ସେତିକି ଟଙ୍କାରେ ରାନ୍ଧିକି ଦେବାପାଇଁ ନିର୍ଦ୍ଦେଶ ମିଳିଛି । ହେଲେ ତାହା ସମ୍ଭବ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିଦି ।
ଏନେଇ ବଜାର ଦରବୃଦ୍ଧି ସାଙ୍ଗକୁ ଖାଇବା ପାଇଁ ମିଳୁଥିବା ଅର୍ଥର ପରିମାଣ ବଢ଼ାଇବା ପାଇଁ ଦାବି ହୋଇଛି (Anganwadi workers protest) । ସେହିପରି 2017 ମସିହାରୁ ଅଙ୍ଗନବାଡି ଦିଦିମାନଙ୍କୁ TA ପ୍ରଦାନ କାରାଯାଇନାହିଁ । ଅନେକ ସ୍ଥାନରେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା ପ୍ରଦାନ କରାଯାଇ ନାହିଁ, ଜଳେଶ୍ବର ବ୍ଲକରେ ସିଡିପିଓ ପଦ ଦୀର୍ଘଦିନ ଧରି ଫାଙ୍କା ପଡିଥିବା ବେଳେ ତୁରନ୍ତ ପୂରଣ ପାଇଁ ଦାବି ହୋଇଛି । ସେହିପରି କର୍ମୀଙ୍କ ବିରୋଧରେ ଆକ୍ରୋଶମୂଳକ ପଦକ୍ଷେପ ନିଆ ନଯାଉ, ମାସିକ 26 ହଜାର ଟଙ୍କା ଦରମା ପ୍ରଦାନ କରିବା, ବୀମା ଯୋଜନାରେ ସାମିଲ କରାଇବା ଭଳି ଦାବି ଉପସ୍ଥାପନ କରାଯାଇଛି ।
ଏହାମଧ୍ୟ ପଢ଼ନ୍ତୁ.ଆସନ୍ତାକାଲି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନବାଡ଼ି କର୍ମୀ