ଓଡିଶା

odisha

ETV Bharat / state

କୋଭିଡ ଟୀକା ନେବାପରେ ଅଙ୍ଗନବାଡି କର୍ମୀ ଅସୁସ୍ଥ ! - କୋଭିଡ ଟିକା ନେଇ ସ୍ବାସ୍ଥ୍ୟକର୍ମୀ ଅସୁସ୍ଥ

କୋରୋନା ଟିକା ନେବା ପରେ ଜଣେ କୋରୋନା ଯୋଦ୍ଧା ଅସୁସ୍ଥ ହୋଇଥିବା ସୂଚନା । ବାଲେଶ୍ବରର ଜଣେ ଅଙ୍ଗନ ବାଡି କର୍ମୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବ ସୂଚନା ମିଳିଛି । ଅଧିକ ପଢନ୍ତୁ...

କୋଭିଡ ଟୀକା ନେବାପରେ ଅଙ୍ଗନବାଡି କର୍ମୀ ଅସୁସ୍ଥ!
କୋଭିଡ ଟୀକା ନେବାପରେ ଅଙ୍ଗନବାଡି କର୍ମୀ ଅସୁସ୍ଥ!

By

Published : Feb 5, 2021, 9:37 PM IST

ବାଲେଶ୍ଵର: ଜିଲ୍ଲାରେ ଜଣେ କୋରୋନା ଯୋଦ୍ଧା ଟିକା ନେବା ପରେ ଅସୁସ୍ଥ ହୋଇଥିବା ସୂଚନା ରହିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କୋଭିଡ ଟୀକା ନେବାପରେ ଅଙ୍ଗନବାଡି କର୍ମୀ ଅସୁସ୍ଥ!

ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ବାଙ୍କେଶ୍ଵର ଗାଁର ଜଣେ ଅଙ୍ଗନବାଡ଼ି କର୍ମୀ କୋରୋନା ଟିକା ନେବା ପରେ ଅସୁସ୍ଥ ହୋଇଥିବା ସନ୍ଦେହ କରାଯାଉଛି । ଅଙ୍ଗନବାଡ଼ି କର୍ମୀ ଶାନ୍ତିଲତା ଦଳେଇ ଗୁରୁବାର ଟିକା ନେଇଥିଲେ ।

ଏହାପରେ ଆଜି (ଶୁକ୍ରବାର) ତାଙ୍କୁ ପ୍ରବଳ ବାନ୍ତି ହେବା ସହ ମୁଣ୍ଡ ବୁଲାଇବାରୁ ଶାନ୍ତିଲତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୋରୋନା ଟିକା ନେବା ପରେ ଏପରି ହୋଇଥିବା ସନ୍ଦେହ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details