ଓଡିଶା

odisha

ETV Bharat / state

ଦେଢବର୍ଷରୁ ଅଙ୍ଗନବାଡିରେ ତାଲା, ବାରଣ୍ଡାରେ ପଢୁଛନ୍ତି ପିଲା

ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତର ଏକ ଅଙ୍ଗନବାଡି କେନ୍ଦ୍ରରେ ଦେଢବର୍ଷ ହେଲା ପଡିଛି ତାଲା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ ପରେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ କରିଛନ୍ତି ଅଙ୍ଗନବାଡି କର୍ମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 1, 2019, 11:02 PM IST

ବାଲେଶ୍ଵର: ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ଦେଢବର୍ଷ ହେଲା ପଡିଛି ତାଲା । ଏନେଇ ଆଜି ଶିଶୁଙ୍କ ସମେତ କର୍ମୀ ଓ ସହାୟିକାମାନେ ସିଡିପିଓ ଅଫିସ ଆଗରେ ଧାରଣା ଦେଇଛନ୍ତି ।

ସୂଚନାମୁତାବକ, ଦେଢ ବର୍ଷ ତଳେ ଅଙ୍ଗନବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ନେଇ ବିବାଦ ଦେଖା ଦେଇଥିଲା । ସେହିଦିନ ଠାରୁ ଜୈନିକ ମୁଷ୍ଟିମେୟ ଲୋକ ଦେଢ ବର୍ଷ ଧରି କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି । ଏହାସହ ଅଙ୍ଗନବାଡି କେନ୍ଦ୍ର ରାସ୍ତାରେ କଣ୍ଟା ପକାଇ ରାସ୍ତା ଅବରୋଧ କରିଥିଲେ । ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିବା ଅଭିଯୋଗ କରିଛନ୍ତି ସହାୟିକାମାନେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ଅଭିଯୋଗ ପରେ ସେ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ଅଭିଯୋଗ ହୋଇଛି।

ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡିଥିବାରୁ କୁନିକୁନି ପିଲାମାନେ ଏବେ ବାରଣ୍ଡାରେ ପଢ଼ୁଥିବା ଦେଖିବାକୁ ମିଳିଛି । ଏମିତି ଏକ ସମ୍ବେଦନଶୀଳ ଘଟଣା ଉପରେ ତୁରନ୍ତ ପ୍ରଶାସନିକ ପଦକ୍ଷେପ ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details