ଓଡିଶା

odisha

ETV Bharat / state

ରାତାରାତି ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ, ଥାନାରେ ଏତଲା - ଔପଦା ଥାନାରେ ଅଭିଯୋଗ

ବାଲେଶ୍ବର ଔପଦା ବ୍ଲକର ଜଣେ ହିତାଧିକାରୀଙ୍କ ନିର୍ମାଣଧୀନ ଆବାସ ଗୃହ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।

ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ

By

Published : Oct 29, 2019, 2:18 PM IST

ବାଲେଶ୍ଵର: ଗରୀବ ଲୋକଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଇ ଦେଉଛନ୍ତି ବାସଗୃହ। ମାତ୍ର ବାଲେଶ୍ବର ଔପଦା ବ୍ଲକର ଜଣେ ହିତାଧିକାରୀଙ୍କ ନିର୍ମାଣଧୀନ ଆବାସ ଗୃହ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଗୃହକୁ ରାତତାରାତି କେହି ଭାଙ୍ଗି ଦେଇଥିବା ନେଇ ଅଭିଯୋଗ ହୋଇଛି ।

ଭାଙ୍ଗିଲା ପାର୍ବତୀଙ୍କ ନିର୍ମାଣଧୀନ ଆବାସ ଗୃହ

ସୋରିଷପାଳ ଗ୍ରାମର ଅସହାୟ ମହିଳା ପାର୍ବତୀ ସରେନ । ସେ ଭୂମିହୀନ ହୋଇଥିବାରୁ ତାଙ୍କୁ ଔପଦା ରାଜସ୍ୱ ବିଭାଗ ପକ୍ଷରୁ ସୋରିଷପାଳ ଗ୍ରାମରେ 4 ଡେସିମିଲ ଭୂମି ପ୍ରଦାନ କରାଯାଇଥିଲା। ଉକ୍ତ ଭୂମି ଅନୁସାରେ, ପାର୍ବତୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ କରାଯାଇଥିଲା।

କାର୍ଯ୍ୟାଦେଶ ପାଇବା ପରେ ପାର୍ବତୀ ଘର କାମ ଆରମ୍ଭ କରିଥିଲେ। ମାତ୍ର ଉକ୍ତ ସ୍ଥାନକୁ ଶ୍ମଶାନ ଜାଗା ବୋଲି କହି ଗ୍ରାମର କିଛି ଲୋକ ଘର ନିର୍ମାଣକୁ ବିରୋଧ କରିଥିଲେ। ଯାହାକୁ ପାର୍ବତୀ ବେଖାତିର କରି ନିୟମ ଅନୁସାରେ ଘର ନିର୍ମାଣ କରିଥିଲେ ।

ମାତ୍ର ରାତାରାତି କେହି ତାଙ୍କ ଘର ଭାଙ୍ଗି ଦେଇଥିବା ସେ ସକାଳେ ଦେଖିବାକୁ ପାଇଥିଲେ। ଏନେଇ ପାର୍ବତୀ ଔପଦା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details