ବାଲେଶ୍ଵର: ସହରର ଷ୍ଟେସନ ଛକ ନିକଟରେ ଜଣେ ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ । ସୂଚନା ଅନୁସାରେ, ଷ୍ଟେସନ ଛକ ନିକଟରେ ଥିବା ଏକ ସପିଂ ମଲ ଆଗରେ ଜଣେ ଯୁବକ ନିଶାଶକ୍ତ ଅବସ୍ଥାରେ କିଛି ଲୋକଙ୍କୁ ଅଟକାଇ ଗଣ୍ଡଗୋଳ କରୁଥିଲା।
ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ଯୁବକଙ୍କୁ ବାନ୍ଧିଲା ପୋଲିସ - ବାଲେଶ୍ଵର ପୋଲିସ
ବାଲେଶ୍ଵର ସହରର ଷ୍ଟେସନ ଛକ ନିକଟରେ ଜଣେ ନିଶାସକ୍ତ ଯୁବକର ଉନ୍ମତ୍ତକାଣ୍ଡ । ପୋଲିସ ପହଞ୍ଚି ଯୁବକ ଜଣକୁ କାବୁ କରିବା ସହ ଥାନାକୁ ନେଇଛି ।
![ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ଯୁବକଙ୍କୁ ବାନ୍ଧିଲା ପୋଲିସ An intoxicated young man swows madness at Baleswar Station Chowk](https://etvbharatimages.akamaized.net/etvbharat/prod-images/768-512-8643664-thumbnail-3x2-wc.jpg)
ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ଯୁବକଙ୍କୁ ବାନ୍ଧିଲା ପୋଲିସ
ନିଶାସକ୍ତ ଯୁବକର ଉନ୍ମତ୍ତ କାଣ୍ଡ, ଯୁବକଙ୍କୁ ବାନ୍ଧିଲା ପୋଲିସ
ଖବର ପାଇ ପିସିଆର ଭ୍ୟାନ ପହଞ୍ଚିବା ପରେ ଯୁବକ ଜଣଙ୍କ ଭ୍ୟାନର ପଛ କାଚ ଭାଙ୍ଗି ଦେଇଥିଲା। ପୋଲିସ ଓ ନିଶାସକ୍ତ ଯୁବକ ମଧ୍ୟରେ ବେଶ କିଛି ସମୟ ଛକାପଞ୍ଛା ପରେ ଶେଷରେ ପୋଲିସ ଯୁବକ ଜଣକୁ କାବୁ କରି ଥାନାକୁ ନେଇଥିଲା । ଏହି ଘଟଣାରେ ଷ୍ଟେସନ ଛକରେ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ