ଓଡିଶା

odisha

ETV Bharat / state

ଅମ୍ଫାନ ଭାଙ୍ଗିଲା ଗଛ ଓ ଘର, 3 ଆହତ

'ଅମ୍ଫାନ'ର ପ୍ରଭାବରେ ଖଇରା ବ୍ଲକ ଓହଡ଼ ଗ୍ରାମରେ ତେନ୍ତୁଳି ଗଛ ପଡି ଘର ଭାଙ୍ଗିଯାଇଛି । ସେହିପରି ସୋର ପଠାଣ ମହଲା ଅଞ୍ଚଳରେ ଘର ଉପରେ ଗଛ ପଡି ଗୋଟିଏ ପରିବାର 3ଜଣ ଆହତ ହୋଇଥିବା ସୂଚନା ମିଳିଛି ।

By

Published : May 20, 2020, 9:51 AM IST

ଅମ୍ଫାନ ଭାଙ୍ଗିଲା ଗଛ ଓ ଘର, 3 ଆହତ
ଅମ୍ଫାନ ଭାଙ୍ଗିଲା ଗଛ ଓ ଘର, 3 ଆହତ

ବାଲେଶ୍ଵର: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବାତ୍ୟା 'ଅମ୍ଫାନ'ର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ଠାରୁ ପବନର ବେଗ ବଢୁଥିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଓ ଇଲେକ୍ଟ୍ରି ଖୁଣ୍ଟ ପଡିଥିବା ଦେଖିବାକୁ ମିଳିଛି ।

ଅମ୍ଫାନ ଭାଙ୍ଗିଲା ଗଛ ଓ ଘର, 3 ଆହତ

ଖଇରା ବ୍ଲକ ଓହଡ଼ ଗ୍ରାମରେ ତେନ୍ତୁଳି ଗଛ ପଡି ଘର ଭାଙ୍ଗିଯାଇଛି । ଉକ୍ତ ପରିବାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସୋର ପଠାଣ ମହଲା ଅଞ୍ଚଳରେ ଘର ଉପରେ ଗଛ ପଡି ଗୋଟିଏ ପରିବାର 3ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details