ଓଡିଶା

odisha

ETV Bharat / state

ବାତ୍ୟାକୁ ନେଇ ତତ୍ପର ପ୍ରଶାସନ, ତଳିଆ ଅଞ୍ଚଳରୁ 70 ହଜାରରୁ ଊର୍ଦ୍ଧ୍ୱ ହେବେ ସ୍ଥାନାନ୍ତର - ବାଲେଶ୍ବର ବାତ୍ୟା ଆଲର୍ଟ

ବାତ୍ୟା ଅମ୍ଫାନକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

Amphan cyclone alert
ବାତ୍ୟା ଆମ୍ପନ ଆର୍ଲଟ ବାଲେଶ୍ବର

By

Published : May 19, 2020, 12:10 PM IST

Updated : May 19, 2020, 12:17 PM IST

ବାଲେଶ୍ଵର: ବାତ୍ୟା ଅମ୍ଫାନକୁ ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଜୋରଦାର । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ବର୍ତ୍ତମାନ ତଳିଆ ଅଞ୍ଚଳରୁ 70 ହଜାରରୁ ଅଧିକ ଲୋକ ସ୍ଥାନାନ୍ତର ହେବାକୁ ଥିବା ବେଳେ ପରିସ୍ଥିତିକୁ ଦେଖି ଅଧିକ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି। ଅନ୍ୟପଟେ ଭୋଗରାଇ, ବାଲିଆପାଳ ଆଦି ସ୍ଥାନରେ ବାତ୍ୟା ପ୍ରଭାବ ଅଧିକ ରହିବ ବୋଲି ଜଣାପଡ଼ିଛି।

ବାତ୍ୟା ଆମ୍ପନ ଆର୍ଲଟ ବାଲେଶ୍ବର

ଚାଷୀମାନଙ୍କ ପାଇଁ ସମସ୍ତ ସୁବିଧା ଓ ଗଚ୍ଛିତ ଅମଳ ସୁରକ୍ଷା ପାଇଁ ପଲିଥିନ ସହିତ ଉପକରଣ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ଆଜି ସକାଳ ଠାରୁ ବାଲେଶ୍ଵରରେ ଆକାଶ ମେଘାଛନ୍ନ ରହିଛି। ସନ୍ଧ୍ୟାରେ ବର୍ଷା ସହିତ ପବନ ବୋହିବାର ସମ୍ଭାବନା । ପବନର ବେଗ 110 ରୁ 120 କିମି ରହିବ । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 19, 2020, 12:17 PM IST

ABOUT THE AUTHOR

...view details