ବାଲେଶ୍ବର:ଓଭରବ୍ରିଜ ଉପରେ ଦୀର୍ଘ ସମୟ ଧରି ଅଟକି ରହୁଛି ଆମ୍ବୁଲାନ୍ସ । ଫଳରେ ମରଣ ମୁହଁରେ ପଡୁଛନ୍ତି ରୋଗୀ । ବାଲେଶ୍ବର ସହର ଓଭରବ୍ରିଜ ନିକଟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଓଭରବ୍ରିଜ ଉପରେ ମରାମତି କାର୍ଯ୍ୟ ଚାଲୁଥିବାରୁ ରୋଗୀଙ୍କୁ ମେଡିକାଲ ନେଉଥିବା ଆମ୍ବୁଲାନ୍ସଗୁଡିକ ବହୁ ସମୟ ଧରି ଭିଡ ମଧ୍ୟରେ ଫସି ରହୁଛନ୍ତି । ପ୍ରଶାସନର ଉଦାସୀନତା ଯୋଗୁଁ ପ୍ରତି ମୂହୁର୍ତ୍ତରେ ବାଜିରେ ଲାଗୁଛି ଜୀବନ ।
ଓଭରବ୍ରିଜରେ ବହୁ ସମୟ ଧରି ଅଟକୁଛି ଆମ୍ବୁଲାନ୍ସ, ବାଜିରେ ରୋଗୀ ଜୀବନ - ambulance facing overcrowd
ବାଲେଶ୍ବର ଓଭରବ୍ରିଜ ଉପରେ ମରାମତି କାର୍ଯ୍ୟ ଚାଲୁଥିବାରୁ ଦୀର୍ଘ ସମୟ ଧରି ଅଟକି ରହୁଛି ଆମ୍ବୁଲାନ୍ସ । ପ୍ରଶାସନର ଉଦାସୀନାତ ପାଇଁ ମରଣ ମୁହଁରେ ପଡୁଛନ୍ତି ରୋଗୀ । ଅଧିକ ପଢନ୍ତୁ...
ପ୍ରତିଦିନ ଶହ ଶହ ସଂଖ୍ୟାରେ ଗାଡି ମୋଟର ସହର ଭିତରୁ ଓ ବାହାରୁ ଏହି ପୋଲ ଦେଇ ଯାତାୟତ କରନ୍ତି । ଏବେ ଓଭରବ୍ରିଜ ମରାମତି କାର୍ଯ୍ୟ ଚାଲୁଥିବାରୁ ଅଧିକାଂଶ ସମୟରେ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଜାମ୍ ରହୁଛି । ଶନିବାର ଏହି ଜାମରେ ଏକା ସମୟରେ ତିନୋଟି ଆମ୍ବୁଲାନ୍ସ ପାଖାପାଖି 1 ଘଣ୍ଟା ଧରି ଫସି ରହିଥିବା ଦେଖିବାକୁ ମିଳିଛି । ପୋଲ ଉପରେ ଏମିତି ଜାମ ବାବଦରେ ପ୍ରଶାସନ ପାଖରେ ଖବର ଥାଇ ମଧ୍ୟ ସେଠାକାର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ପଦକ୍ଷେପ ନ ନେଉଥିବାରୁ ରୋଗୀଙ୍କ ଜୀବନ ପ୍ରତି ବିପଦ ରହିଥିବା କୁହାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ