ଓଡିଶା

odisha

ETV Bharat / state

ବିପଦରେ ରୋଗୀ ଜୀବନ, ଆମ୍ବୁଲାନ୍ସକୁ ଛାଡୁନାହାଁନ୍ତି ବାଟ - ଆମ୍ବୁଲାନ୍ସକୁ ବାଟ ଫିଟୁନି

ଟ୍ରାଫିକ ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହୁଛି ଆମ୍ବୁଲାନ୍ସ । ଯେତେ ସାଇରନ ମାରିଲେ ବି ଆମ୍ବୁଲାନ୍ସକୁ ଯିବାକୁ ମିଳୁନି ବାଟ । ବାଲେଶ୍ବର ଜାତୀୟ ରାଜପଥର ଗଳାପୋଲରେ ଏକ ଆମ୍ବୁଲାନ୍ସ ଅଟକି ରହିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Sep 3, 2019, 5:20 PM IST

ବାଲେଶ୍ବର: ଆମ୍ବୁଲାନ୍ସକୁ ବାଟ ଛାଡୁନାହାଁନ୍ତି ଲୋକେ । ଯେତେ ସାଇରନ ମାରିଲେ ବି କମୁନି ଲୋକଙ୍କ ଭିଡ । ଫଳରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମରେ ଫସି ରହୁଛି ଗାଡି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ବର ଜାତୀୟ ରାଜପଥର ଗଳାପୋଲ ନିକଟରେ ।

ପ୍ରତିଦିନ ଏହି ଗଳାପୋଲ ଦେଇ ଶହ ଶହ ଲୋକେ ସୋର ବଜାରକୁ ଯିବା ଆସିବା କରିଥାନ୍ତି । ମାତ୍ର ଅଣଓସାରିଆ ପୋଲ ଯୋଗୁଁ ଅନେକ ସମୟରେ ଟ୍ରାଫିକ ଜାମ ହୋଇଥାଏ । ଆଉ ଏହି ସମସ୍ୟା ପାଇଁ ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଭିଡ ଭିତରେ ଫସି ରହୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ପ୍ରଶାସନ ତୁରନ୍ତ ପଦକ୍ଷେପ ନ ନେଲେ ଆମ୍ବୁଲାନ୍ସ ଭିତରେ ରୋଗୀର ପ୍ରାଣ ଯାଇପାରେ ବୋଲି ଅଭିଯୋଗ ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details