ବାଲେଶ୍ଵର: ଜିଲ୍ଲା ସ୍ଥିତ ଖଇରା ଥାନା ତୁଡ଼ିଗଡ଼ିଆରେ ଜଣେ ହୋମିଓପାଥିକ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଥିସହ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି ।
ହୋମିଓପ୍ୟାଥିକ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ - ବାଲେଶ୍ବରରେ ହୋମିଓପ୍ୟାଥିକ ଡାକ୍ତରଙ୍କୁ ଆକ୍ରମଣ ଖବର
ବାଲେଶ୍ବରରେ ଜଣେ ହୋମିଓପାଥିକ ଡାକ୍ତରଙ୍କୁ ଆକ୍ରମଣ ହୋଇଥିବା ନେଇ ଥାନାରେ ଏତଲା । ଅଧିକ ପଢନ୍ତୁ....
ହୋମିଓପ୍ୟାଥିକ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ
ସୂଚନା ଅନୁଯାୟୀ, ଡାକ୍ତର ଅକ୍ଷୟ କୁମାର ପଣ୍ଡା ନିଜ କ୍ଲିନିକରେ ରୋଗୀ ଦେଖୁ ଥିବାବେଳେ ମାଖନପୁର ପଞ୍ଚାୟତ କୁତୁପୁର ଅଞ୍ଚଳର ଚିତ୍ତରଞ୍ଜନ ମହାନ୍ତି ସେଠାରେ ଆସି ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାକୁ ଡାକ୍ତର ଅକ୍ଷୟ ପ୍ରତିବାଦ କରିବାରୁ ଚିତ୍ତରଞ୍ଜନ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏହାପରେ ଡାକ୍ତର ଅକ୍ଷୟ ଖଇରା ମେଡିକାଲରେ ଆଶୁ ଚିକିତ୍ସା କରାଇବା ପରେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଡାକ୍ତରଙ୍କୁ କେଉଁ କାରଣରୁ ଆକ୍ରମଣ କରାଯାଇଛି ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : May 2, 2021, 6:36 PM IST